ମୃତ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପରିବାରଙ୍କୁ ସହାୟତା

ଜଗନ୍ନାଥପ୍ରସାଦ ବ୍ଲକର ଗ୍ରାମ୍ୟକୃଷି କର୍ମଚାରୀ ୧୩ ତାରିଖ ଦିନ ନିଜର ଡିୁ୍ୟଟି ସାରି ଘରକୁ ଫେରୁଥିବା ବେଳେ ଅଜଣା ବାଇକ ଧକ୍କାରେ ଗୁରୁତର ଆହାତ ହୋଇଥିଲେ । ଆହାତ କର୍ମଚାରୀ ଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡିକାଲରେ ଚିକିସ୍ରା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ଗଞ୍ଜାମ ଶାଖା ତରଫରୁ ଉପଦେଷ୍ଟା ଅନ୍ତର୍ଯ୍ୟାମି ମହାନ୍ତି ସଭାପତି ଦୂର୍ଗାପ୍ରସାଦ ପ୍ରଧାନ ,ସଂପାଦକ ଦେବ ପ୍ରସାଦ ସାହୁ ,ଓ କ୍ୟାସିଅର କୃର୍ଷ୍ଣପ୍ରସାଦ ସାହୁ ସମେତ ୧୫ ରୁ ଅଧିକ କର୍ମଚାରୀ ମୃତ କୃଷି କର୍ମଚାରୀଙ୍କ ପିତା ଙ୍କୁ ୧,୦୯୨୦୦ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଅନିଲଙ୍କ ପିତା ଜଣେ ରାଜମିସ୍ତ୍ରୀ କାମ କରୁଥିବା ବେଳେ ଦୁଇ ଅବିବାହିତ ଭଉଣୀ ସହ ମାଆ ଅଛନ୍ତି । ସଂଘ ପକ୍ଷରୁ ମୃତ ଅନିଲଙ୍କ ପରିବାରଙ୍କୁ ଜଣକୁ ଚାକିରି ପ୍ରଦାନ କରିବା ନିମନ୍ତେ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ