ମୃତ ଡ୍ରାଇଭର ଙ୍କ ପରିବାରକୁ ସହାୟତା ଦେଲା ଓଡ଼ିଶା ମୋଟର ଚାଳକ ସଂଘ

ହାଟଡିହି, (ବିକାଶ ବିଶ୍ୱାଳ):କୁଣ୍ଡିସାହି ଗ୍ରାମର ଗାଡ଼ି ଚାଳକ ମୃତ ବାପୁନୁ ପେରେଇଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା ମୋଟର ଚାଳକ ସଂଘ । ଗତ ୨୦ତାରିଖ ରାତିରେ କୌଣସି କାମରେ କେନ୍ଦୁଝର ଯାଇ ଫେରିବା ବେଳେ କେନ୍ଦୁଝର ନିକଟରେ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥଲା। ଆଜି ତାଙ୍କର ଏକାଦଶାହ ଅବସରରେ ଓଡ଼ିଶା ମୋଟର ଚାଳକ ସଂଘ ଛେନାପଦିର ସଭାପତି ପ୍ରମୋଦ ବିଶ୍ୱାଳ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, କମଳ କୁମାର ଜେନା, ପ୍ରମୋଦ କୁମାର ବେହେରା, ଭୀମସେନ ବେହେରା, ସନ୍ତୋଷ ଜେନା, ସୂରେଶ ଜେନା, ନିତ୍ୟାନନ୍ଦ ନାୟକ, ମକରା ଜେନା, ଗୋପାଳ ଜେନା, ମାଜୁନୁ ଜେନା, ରତ୍ନାକର ଦାସ, ପ୍ରମୋଦ ମହାନ୍ତି, ବାପୁନୁ ଜେନା, ସନ୍ତୋଷ ଜେନା, ପପି ସ୍ୱାଇଁ, ବିଶ୍ୱଜିତ ପ୍ରଧାନ, ନଳିନୀକାନ୍ତ ତ୍ରିପାଠୀ ପ୍ରମୁଖ କର୍ମକର୍ତ୍ତା ମାନେ ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହିତ ଦଶ ହଜାର ଟଙ୍କା ସହାୟତା ଯୋଗାଇ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ