ମୃତ ବ୍ୟକ୍ତିର ନାମରେ ଖାଉଟି ସାମଗ୍ରୀ ହଡପ ଘଟଣା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତ ବେଣାପଡା ଗ୍ରାମର ରବିନ୍ଦ୍ର ଓଝା ଓ ତାଙ୍କ ବାପା ସିଦ୍ଧେଶ୍ୱର ଓଝାଙ୍କ ନାମରେ ଥିବା ଅର୍ନ୍ତଦୋୟ କାର୍ଡରେ ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତି ଚଂଚକତା କରି ଖାଉଟି ସାମଗ୍ରୀ ଉଠାଉ ଥିବା ରବିନ୍ଦ୍ର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ବିଧାୟକଙ୍କୁ ଗତ ୧୯ରେ ଲିଖିତ ଅଭିଯେଗା କରିଥିଲେ । ଉକ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହାର ତଦନ୍ତ କରାଯାଇଥିଲା । ଗତ ୨୩ରେ ଏହି ଘଟଣାର ତଦନ୍ତ ଜଗତସିଂହପୁର ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ନାଉଗାଁ ବ୍ଳକ ଯୋଗାଣ ନିରୀକ୍ଷକ ବିଜୟ ସିଂ ଉକ୍ତ ଗ୍ରାମରେ ପହଂଚି ତଦନ୍ତ କରିଥିଲେ । ତଦନ୍ତ ସମୟରେ ରବିନ୍ଦ୍ର ଓଝା ଘରେ ଅନୁପସ୍ଥିତ ଥିବା ବେଳେ ପଡୋଶୀ ଘର ଘନଶ୍ୟାମ ଓଝାଙ୍କ ସହ ଆଲୋଚନା କରିଥିଲେ । ରବିନ୍ଦ୍ର ଓଝାଙ୍କ ବାପା ସିଦ୍ଧେଶ୍ୱର ୨୦୧୭ ଅଗଷ୍ଟ ୩ରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୂର୍ବରୁ ତାଙ୍କ ପତ୍ନୀ ଛଇଳ ଓଝା ମଧ୍ୟ ମୃତ୍ୟୁବରଣ କରିଥିଲେ । ତାଙ୍କ ନାମରେ ଥିବା ଅର୍ନ୍ତୋଦୟ କାର୍ଡର ନମ୍ବର ୧୯୨୭୩୪ରେ ୨୦୧୫ ନଭେମ୍ବର ୧୫ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଣ କରାଯାଇଛି । ୨୦୧୩ ମସିହାରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଉକ୍ତ ପରିବାର ଆବେଦନ କରି ନଥିବା ଜଣାଯାଇଛି । ଏପରିକି ରବିନ୍ଦ୍ର ଓଝାଙ୍କ ପତ୍ନୀ ମଞୁଲତା ଓଝାଙ୍କ ନାମରେ ପିଏଚଏଚ କାର୍ଡ ନଂ-୧୨୦୬୦୧୧୦୩୮୯ରେ ରହିଅଛି । ତେଣୁ ରବିନ୍ଦ୍ର ଙ୍କର କୌଣସି ଖାଉଟି ସାମଗ୍ରୀ ବାଟମାରଣା ହୋଇ ନଥିବା ରିପୋର୍ଟରେ ଦର୍ଶାଯାଇଛି । ଉକ୍ତ ରିପୋର୍ଟକୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୫୯/୨୫.୧୧.୨୦୧୯ରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସ୍ୱାକ୍ଷରରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଠାଯାଇଛି ।