ମୃତ ମହିଳାଙ୍କ ପରିଚୟ ମିଳୁନି ପୋଷ୍ଟର ମାରିଲା ପୋଲିସ
ସୋରଡା,(ରଜନୀକାନ୍ତ ମହାପାତ୍ର):ସୋରଡା ଥାନା ଗାଜଲବାଡି ନିକଟ ଦାରିଙ୍ଗିବାଡି ଯିବା ରାସ୍ତା କଡରେ ଏକ ମହିଳାଙ୍କ ଦର ପୋଡା ଶବକୁ ନେଇ ବର୍ତମାନ ଯାଏଁ ସନ୍ଦେହ ଜାରି ରହିଛି। ଆଜକୁ ଘଟଣା ୪ ରୁ ୫ ଦିନ ହୋଇଯାଇଥିଲେ ହେଁ ବର୍ତମାନ ଯାଏଁ ସୋରଡା ପୋଲିସକୁ ମହିଳା ଜଣକ ପରିଚୟ ମିଳିପାରୁନି। ଫଳରେ ମହିଳା ଜଣଙ୍କ ମୃତ ଶରୀରକୁ ନେଇ ବର୍ତମାନ ଯାଏଁ ସନ୍ଦେହ ଜାରି ରହିଛି। ଆଜକୁ ୪ ରୁ ୫ ଦିନ ତଳେ ସୋରଡା ଦାରିଙ୍ଗବାଡି ଜାତୀୟ ରାଜପଥ ୫୯ ଗାଜଲବାଡି ଭୁତ ପଙ୍କାଳ ନିକଟ ଏକ ଛୋଟିଆ ବ୍ରିଜ ତଳେ ଜଣେ ମହିଳାଙ୍କ ଶବ ପଡିରହିଥିବା ସେହି ଅଞ୍ଚଳର କିଛି ଲୋକ ଜାଣିବାକୁ ପାଇଥିଲେ। ସେହି ରାସ୍ତା ଦେଇ ଯିବା ବେଳେ ସେଠାରେ ଦୁର୍ଗନ୍ଧ ବାହାରି ବାରୁ ଗ୍ରାମ ବସି ଯାଇ ଦେଖିଲା ବେଳେ ଜଣେ ମହିଳାଙ୍କ ମୃତ ଶରୀର ସେଇଠି ପରିରହିଛି। ମୃତ ମହିଳା ଜଣଙ୍କ ମୁହଁ ସମ୍ପୂର୍ଣ ପୋଡି ଯାଇଛି, ଏବଂ ଅଧା ଶରୀର ସଂପୂର୍ଣ୍ଣ ପଚି ଯାଇଥିବା ଯୋଗୁଁ ଦୁର୍ଗନ୍ଧ ବାହାରୁଛି। ଏପରି ସ୍ଥଳେ ଗ୍ରାମ ବସି ଦେଖିବା ପରେ ସରପଞ୍ଚଙ୍କୁ ଅବଗତ କରାଇଥିଲେ। ସରପଞ୍ଚ ସୋରଡା ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ମହିଳା ଙ୍କ ଶବ କୁ ଜବତ କରିବା ସହ ଆବଶ୍ୟକ ପ୍ରମାଣ ଯୋଗାଡ କରିବା ପାଇଁ ଚେଷ୍ଟା କରିଥିଲା ଏବଂ ଶବ ବ୍ୟବଛେଦ କରିବା ପାଇଁ ପଠାଇଛି। ସୋରଡା ପୋଲିସ ଏକ ଅନୁସନ୍ଧାନ କରି ଦଳ କୁ ନେଇ ସମସ୍ତ ଅଞ୍ଚଳ ଛାନଭିନ କଲାପରେ ମଧ୍ୟ କୌଣସି ସୁଫଳ ମିଳିନି । ମହିଳା ଙ୍କ ମୁହଁ ସମ୍ପୂର୍ର୍ଣ ପୋଡି ଜୀବା ଯୋଗୁଁ ଚିହ୍ନିବା ସମ୍ଭବ ହେଉନି। ପରିଚୟ ଖୋଜିବାକୁ ଯାଇ ସୋରଡା ପୋଲିସ ଗାଜଲବାଡି ବାଡି ଆଖପାଖ ଅଞ୍ଚଳ ଗ୍ରାମବାସୀ ଙ୍କୁ ପଚାରିବାରେ ଚେଷ୍ଟା କରିବା ପରେ ମଧ୍ୟ କିଛି ପରିଚୟ ମିଳିପାରୁନି । ଏହି ଅଞ୍ଚଳ ରେ କିଛି ମହିଳା ନିଖୋଜ ଥିବା ମାମଲା ମଧ୍ୟ ସୋରଡା ଥାନା କୁ ଆସିନଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ପରିଚୟ ଖୋଜିବାକୁ ଯାଇ ବର୍ତମାନ ସୋରଡା ପୋଲିସ ତରଫରୁ ବିଭିନ୍ନ ଛକ ଜାଗା ମାନଙ୍କ ରେ ବ ପୋଷ୍ଟର ମାରିବା ଆରମ୍ଭ କରଯାଇଛି। ପୋଷ୍ଟର ରେ ମହିଳାଙ୍କ ଦର ପୋଡା ଶବ ରଖାଯିବା ସହ କେହି ଯଦି ମହିଳା ଜଣକ ପରିଚୟ ଜାଣିଲେ ସୋରଡା ଥାନା ଅଧିକାରୀ ସୁଧୀର କୁମାର ସାହୁ ଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ମୃତ ମହିଳା ଙ୍କ ପଛରେ ଏକ ସୁଚିନ୍ତିତ ହତ୍ୟା ଯୋଜନା କି ଅନ୍ୟ କିଛି କାରଣ ତାହା ଶବ ବ୍ୟବଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି ସୋରଡା ପୋଲିସ କହିଛି। ଅନ୍ୟପଟେ ଏପରି ଜଣେ ମହିଳା ଙ୍କ ମୁହଁ ସଂପୂର୍ଣ୍ଣ ପୋଡି ଯିବା ଏବଂ ଏକ ଜଙ୍ଗଲ ରାସ୍ତା ରେ ପଚି ଯାଇଥିବା ଶବ ମିଳିବା ପଛରେ ନିଶ୍ଚିତ ଏକ ଷଡଯନ୍ତ୍ର ଥିବା ଅନୁମାନ କରାଯାଉଛି। ମୃତ ମହିଳା ଙ୍କ ପରିଚୟ ପାଇଁ ସୋରଡା ପୋଲିସ ବ୍ୟାପକ ପ୍ରୟାସ ଜାରି ରଖିଛି।