ମୃତ ରେଳଯାତ୍ରୀଙ୍କୁ ବାୟୁସେନା ସଂଘର ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବାୟୁସେନା ସଂଘ (ଏୟାର ଫୋର୍ସ ଆସୋସିଏସନ)ପକ୍ଷରୁ ବାହାନଗା ରେଳ ଦୁୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ଫକୀରମୋହନ ନଗର ସ୍ଥିତ କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଆସୋସିଏସନର ସଭାପତି ଶିବଦାସ କୁଣ୍ଡୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଜିଲାର ବହୁ ଅବସରପ୍ରାପ୍ତ ବାୟୁ ସେନା ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ମୃତ ଯାତ୍ରୀଙ୍କ ଅମର ଆତ୍ମାର ସଦଗତି ପାଇଁ ସମସ୍ତେ ନିରବ ପ୍ରାର୍ଥନା କରିଥିଲେ । ଏହା ସହିତ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦକ ମହେଶ୍ୱର ବେହେରା, ବୀରେନ୍ଦ୍ର ବେହେରା, ରଘୁନାଥ ପ୍ରଧାନ, ଚାରୁଚନ୍ଦ୍ର ପଢ଼ିଆରୀ, ପରମେଶ୍ୱର ବେହେରା, ସୁରଭି ପାଣି, ସୁସ୍ମିତା ମହାପାତ୍ର, ଅଭୟ କୁମାର ପାଣି, ରାଜ କିଶୋର ଜେନା, ସର୍ବେଶ୍ୱର ନାୟକ, ପରେଶ ଚନ୍ଦ୍ର ପତି, ଜୀବନାନନ୍ଦ ଦାସ, ଡମ୍‌ୁରୁଧର ପଟ୍ଟନାୟକ, ହୀରେନ୍ଦ୍ର କୁମାର ଦାସ, ଶ୍ୟାମସୁନ୍ଦର ମିଶ୍ର, ବସନ୍ତ ପଣ୍ଡା, କୃଷ୍ଣବନ୍ଧୁ ମିଶ୍ର, ବିନୋଦା ପ୍ରସନ୍ନ ମହାନ୍ତି ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ