ମୃତ ଶରୀରକୁ କାଟି ଶାଗୁଣାଙ୍କୁ ଖାଇବାକୁ ଦିଆଯାଏ
ତିବ୍ଦତର ଲାରୁଙ୍ଗୱେଲିରେ ରହୁଥିବା ବୌଦ୍ଧ ଭିକ୍ଷୁ ଓ ନନ୍ମାନେ ଏକ ଅଜବ ପ୍ରଥାକୁ ଆପଣେଇ ନେଇଛନ୍ତି । କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେହି ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସେମାନେ ଶାଗୁଣାଙ୍କୁ ଖାଇବାକୁ ଦେଇଥାଆନ୍ତି । ଏମିତି କଲେ ମୃତ ବ୍ୟକ୍ତିଙ୍କର ପୁନର୍ଜନ୍ମ ହୋଇଥାଏ ବାଲି ଏମାନେ ବିଶ୍ୱାସ କରନ୍ତି । ଆହୁରି ମଧ୍ୟ ଏପରି ନ କଲେ ମୃତ ଶରୀରର ଆତ୍ମାକୁ ଶାନ୍ତି ମିଳି ନ ଥାଏ ବୋଲି କୁହାଯାଏ । ତେବେ ଏହି କାମ କରୁଥିବା ବ୍ୟକ୍ତିଙ୍କ ନିକଟକୁ ସେହି ସମୟରେ କୌଣସି ପର୍ଯ୍ୟଟକ ବା ଅନ୍ୟ ଅଜଣା ବ୍ୟକ୍ତି ଯାଇ ନ ଥାଆନ୍ତି । ଚାଇନା ସରକାର ତିବ୍ଦତ, କିଂଘଇ ଓ ମଙ୍ଗୋଲିଆରେ ରହୁଥିବା ଏହି ବୌଦ୍ଧ ଭିକ୍ଷୁଙ୍କ ପ୍ରଥାକୁ ବନ୍ଦ କରିବାକୁ ପ୍ରୟାସ କରୁଥିବା ସୂଚନା ମିଳିଛି ।


