ମୃତ ଶିକ୍ଷକଙ୍କ ପରିବାରକୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ସହାୟତା
ଚିକିଟୀ, (କୁରେସୁ ସାହୁ):ଚିକିଟୀ ବ୍ଳକ୍ ପତିଗୋବିନ୍ଦ ପୁର କ୍ଳଷ୍ଟର ତଥା ଲାଲମେଣ୍ଟା ପଞ୍ଚାୟତ ଅନ୍ତର୍ଗତ ରାଜକିଶୋର ପୁର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଗଂଜାମ ଜିଲ୍ଲା ବିଏଡ୍ ଶିକ୍ଷକ ସଂଘ ଜଣେ ବଳିଷ୍ଠ କର୍ମକର୍ତ୍ତା ଏବଂ ଚିକିଟୀ ବ୍ଳକ୍ ଜିଲ୍ଲା ପରିଷଦ ଶିକ୍ଷକ ସଂଘ ର ଉପଦେଷ୍ଟା ସି ଏଚ୍ ସିମାଞ୍ଚଳ ପାତ୍ରଙ୍କ ଭୂବନେଶ୍ୱର ସ୍ଥିତ ଏମ୍ସ୍ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଫଳରେ ବ୍ଳକ୍ ତଥା ଜିଲ୍ଲା ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଦୁଃଖର ଛାୟା ଖେଳିଯାଇଥିଲା।ଏ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୧୦୦୦୦ ଟଙ୍କା ଓ ଶବ ସତ୍କାର କରିବା ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ୫୦୦୦ ଟଙ୍କା ଚିକିଟୀ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୋରେଶ ସେଠୀ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ପତ୍ନୀ ଉଷାରାଣୀ ପାତ୍ରଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ।ଏହି ସହାୟତା ରାଶି ପ୍ରଦାନ ବେଳେ ନୂଆପଡ଼ା ସି ଆର ସି ସି କେ ଜଗନ୍ନାଥ ରାଓ ଓ ପତିଗୋବିନ୍ଦପୁର ସି ଆର୍ ସି ସି ନିରଞ୍ଜନ ସେଠୀ, ନୂଆପଡ଼ା ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜି ସଦାନନ୍ଦ, ଶିକ୍ଷୟିତ୍ରୀ ଝାନ୍ସୀରାଣୀ,ଶୁଶୀଳା ନାୟକ,ଚାନ୍ଦିନୀ ସେଠୀ,ବଡ଼ କେଳାଝୁରୀ ପ୍ରଧାନ ଶିକ୍ଷକ ଜି ବାଇଲଡୁ ଓ ଇନ୍ଦ୍ର ନାୟକ ସମେତ କ୍ଳଷ୍ଟରର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।