ମୃତ ଶିକ୍ଷକଙ୍କ ସଂସ୍କାର କାର୍ଯ୍ୟପାଇଁ ବିଇଓ ଅଫିସ ପକ୍ଷରୁ ଅସହଯୋଗ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଳକ କେ ବାଲିପାଳ ପଞ୍ଚାୟତର ଜଣେ ଶିକ୍ଷକ ଗତ କିଛିଦିନ ତଳେ ଏକ ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିଲାବେଳେ ତାଙ୍କ ଶେଷକୃତ୍ତ୍ୟ ପାଇଁ ବ୍ଲକ ପକ୍ଷରୁ କୌଣସି ସହାୟତା ଦିଆଯାଇ ନଥିବାରୁ ଶିକ୍ଷକ ମାନଙ୍କ ମଧ୍ୟରେ ଅସୋନ୍ତାଷ ପ୍ରକାଶ ପାଇଛି । ପୁର୍ବରୁ କାର୍ଯ୍ୟରତ କେହି ଶିକ୍ଷକ ଶିକ୍ଷୟତ୍ରୀଙ୍କ ମୃତୁ୍ୟ ହେଲେ ତାଙ୍କ ପରିବାରକୁ ତତକାଳ ପାଞ୍ଚରୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଥାଏ ।ଯାହାକି ପରବର୍ତ୍ତୀ ସମୟରେ ତାଙ୍କ ଜିଆଇଏସରୁ ବାଦ ଦିଆଯାଇଥାଏ । ମୃତ ରାଇଘାଟି ଉପ୍ରା ବିଦ୍ୟାଳୟର ଶିକ୍ଷକ ଦୁଶାସନ ସଲଙ୍ଗୀଙ୍କ ପରିବାରକୁ କୌଣସି ସହାୟତା ଦିଆଯାଇ ନଥିବାରୁ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ତାଙ୍କ ଏକାଦଶାହ ଅବସରରେ ଆଜି ହାଟଡିହି ସିଆରସିସି ପ୍ରଫୁଲ କୁମାର ସାହୁ, ବାଙ୍ଗୋର ସିଆରସିସି ବସନ୍ତ କୁମାର ନାଇକ, ପଢ଼ିଆରିପଲ୍ଲୀ ସିଆରସିସି ରବିନାରାୟଣ ଦାସମହାପାତ୍ର, ଶିକ୍ଷକ ରବିନାରାୟଣ ପଲେଇ ଏବଂ ରାଇଘାଟି କ୍ଲଷ୍ଟରର ଶିକ୍ଷକ ଓ ଅନ୍ୟକ୍ଲଷ୍ଟରର କିଛି ଶିକ୍ଷକ ମିଳିତ ଭାବେ ନିଜ ପକେଟରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏପରି ଏକ ଘଟଣାରେ ସହଯୋଗ ନକରିବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।