ମୃତ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
ତାଳଚେର , (ଯୁଗାବ୍ଦ ନ୍ୟୁଜ) : ତାଳଚେର ଭରତପୁର କୋଇଲା ଖଣିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ୩ଜଣ ଶ୍ରମିକର ମୃତଦେହ ଉଦ୍ଧାର କରିଛି ପ୍ରଶାସନ । ଗତାକାଲି ଜଣକର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ଆଉ ଦୁଇଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।