ମୃତ ସତ୍ୟବାନଙ୍କ ପରିବାରକୁ ମନ୍ତ୍ରୀ ଆରୁଖଙ୍କ ୫୦ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ସୁରତ ଅମ୍ରୋଲି ଇଲାକାରେ ପୋଲିସ ମାଡ଼ରେ ମୃତ୍ୟୁବରଣ କରିଥିବା ସତ୍ୟବାନଙ୍କ ଶୋକ ସନ୍ତପ୍ତ ପରିବାରକୁ ଆଜି ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାରୁଡ଼ା ଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥି ସହିତ ମନ୍ତ୍ରୀ ଶ୍ରୀ ଆରୁଖ ସରକାରଙ୍କ ତରଫରୁ ସହାୟତା ଓ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମୃତ ସତ୍ୟବାନଙ୍କ ବିଧବା ପତ୍ନୀ ପ୍ରତିମାଙ୍କ ସହ ଏକ 7ବର୍ଷର ମାନସିକ ବିକୃତ ପୁଅ ମଧ୍ୟ ରହିଛି। ଅପରପକ୍ଷରେ ଏହି ଘଟଣାରେ ସୁରତ ପୋଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସତ୍ୟବାନଙ୍କ ସ୍ତ୍ରୀ ପ୍ରତିମା ଓ ପରିବାର ଲୋକେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ