ମୃତ ସତ୍ୟବାନ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇଲେ କଂଗ୍ରେସ ବିଧାୟକ ରମେଶ ଜେନା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପୁଲିସର ଲାଠିମାଡ଼ରେ ସୁରତ ରେ ମୃତ୍ୟୁ ବାରଣ କରିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ା ଗାଁ ଗ୍ରାମର ପ୍ରବାସୀ ଓଡିଆ ଶ୍ରମିକ ସତ୍ୟବାନ ଙ୍କ ପରିବାର ବର୍ଗ ଙ୍କୁ ଭେଟି ସାନ୍ତ୍ବନା ଜଣାଇବା ସହ ୨୫ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା। କଂଗ୍ରେସ ଦଳ ସବୁବେଳେ ଗରିବ ଓ ସାଧାରଣ ଲୋକ ମାନଙ୍କ ସହ ଜଡିତ ଅଛି ଏବଂ ରହିବ ଏଥିସହିତ ଏହି ଘଟଣାର ତଦନ୍ତ ପାଇଁ ଓଡ଼ିଶା ସରକାର ଗୁଜରାଟ ସରକାର ଉପରେ ଚାପ ପକେଇବାକୁ ସେ ସରକାର ଙ୍କ ନିକଟରେ ଦାବି କରିଛନ୍ତି। ଘଟଣା କୁ ଚାରି ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ଓ କୌଣସି ସରକାରୀ ସାହାଯ୍ୟ ସହଯୋଗ କରିନଥିବାରୁ କଂଗ୍ରେସ ଦଳ ଏହାକୁ ନିଦା କରୁଚି। ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସତ୍ୟବାନ ଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା