ମୃତ ସାମ୍ବାଦିକଙ୍କୁ ସହିଦ ମାନ୍ୟତା ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କର୍ତବ୍ୟ ସମ୍ପାଦନ କରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ଲ୍ୟ।।ଣ୍ଡମାଇନ ବିସ୍ଫୋରଣରେ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହିଦ ମାନ୍ୟତା ଦେବାକୁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି । ସ୍ୱର୍ଗତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସଂଘ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସ୍ମୃତିସଭାରେ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ସହ ପତ୍ନୀଙ୍କୁ ଚାକିରି ଦେବା ଲାଗି ଦାବି ଉପସ୍ଥାପନ କରାଯାଇଥିଲା । ସଭାପତି ଶ୍ରୀ କର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ସ୍ୱର୍ଗତ ରୋହିତ ବିଶ୍ୱାଳଙ୍କ ପରିବାରକୁ ସହାୟତା କରିବା ଦିଗରେ ସଂଘ ସମସ୍ତ ପ୍ରକାର ପ୍ରୟାସ କରିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା, ବିମଳ କୁମାର ଭଞ୍ଜଦେଓ, ଭାଗବତ ତ୍ରିପାଠୀ, ଅଶୋକ କୁମାର ସାହୁ, ଭୁବନେଶ୍ୱର ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଲକ୍ଷ୍ମୀକାନ୍ତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ବିଜୟ ଖୁଂଟିଆ, ମନୋରଞ୍ଜନ ମିଶ୍ର, ମନୋଜ ପ୍ରଧାନ, ସ୍ୱଦେଶ ମହାନ୍ତି, ପବିତ୍ର ମହାରଥାଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇ ସ୍ୱର୍ଗତ ରୋହିତଙ୍କ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ