ମେକ୍-ଇନ୍-ଓଡ଼ିଶା ମାଧ୍ୟମରେ ରାଜ୍ୟରେ ପ୍ରଚୁର ପୁଞ୍ଜିନିବେଶ ଏବଂ ପର୍ଯ୍ୟାପ୍ତ ରୋଜଗାର ସୃଷ୍ଟି ଏକ ସରକାରୀ ପ୍ରୟୋଜିତ ମିଥ୍ୟା ପ୍ର•ର : ଓଡ଼ିଶା ସୂଚନା ଅଧିକାର ଅଭିଯାନ

ମେକ୍-ଇନ୍-ଓଡ଼ିଶା ମାଧ୍ୟମରେ ରାଜ୍ୟରେ ପ୍ରଚୁର ପୁଞ୍ଜିନିବେଶ ଏବଂ ପର୍ଯ୍ୟାପ୍ତ ରୋଜଗାର ସୃଷ୍ଟି ଏକ ସରକାରୀ ପ୍ରୟୋଜିତ ମିଥ୍ୟା ପ୍ର•ର : ଓଡ଼ିଶା ସୂଚନା ଅଧିକାର ଅଭିଯାନ
ଭୁବନେଶ୍ୱର : ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଡ଼ାକି ରାଜ୍ୟରେ ପ୍ରଚୁର ପୁଞ୍ଜିିନିବେଶ କରି ବଡ଼ ବଡ଼ କଳ କାରାଖାନା ବସାଇ ପର୍ଯ୍ୟାପ୍ତ ରୋଜଗାର ସୃଷ୍ଟି ପାଇଁ ରାଜ୍ୟ ସରକାର ମେକ୍-ଇନ୍-ଓଡ଼ିଶା ସ୍ଲୋଗାନ ଦେବା ସହ ୨୦୧୬ ଏବଂ ୨୦୧୮ ମସିହାରେ ଦୁଇଟି ବଡ଼ ସମ୍ମିଳନୀ ଆୟୋଜନ କରି ବଡ଼ ବଡ଼ ଶିଳ୍ପପତିମାନଙ୍କୁ ପୁଞ୍ଜନିବେଶ ପାଇଁ ଆହ୍ୱାନ ଦେଲେ । ରାଜ୍ୟ ସରାକର ମଧ୍ୟ ୨୦୧୬ ମସିହା ଅକ୍ଟୋବର ଏବଂ ନଭେମ୍ବର ମାସରେ ଦେଶର ବିଭିନ୍ନ ସ୍ଥାନ ଯଥା ହାଇଦ୍ରାବାଦ, କଲିକତା ଏବଂ ନୂଆଦିଲ୍ଲୀରେ ରୋଡ଼ ଶୋ ଆୟୋଜନ କରି ମେକ୍-ଇନ୍-ଓଡ଼ିଶା କାର୍ଯ୍ୟକ୍ରମ ଏବଂ ଆଭିମୁଖ୍ୟ ସମ୍ପର୍କରେ ପ୍ର•ର କରାଇଥିଲେ । ଏହିସବୁ କାର୍ଯ୍ୟକ୍ରମରେ ବହୁ ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଲେ । ଇତିମଧ୍ୟରେ ତିନିବର୍ଷ ବିତିଯାଇଛି । ରାଜ୍ୟରେ କେତେ ପୁଞ୍ଜିନିବେଶ ହୋଇଛି ଏବଂ କେତେ ଶିଳ୍ପ କାର୍ଯ୍ୟକ୍ଷମ ହୋଇଛି ଏବଂ କେତେ ରୋଜଗାର ସୃଷ୍ଟି ହୋଇଛି, ଏହା ବୁଝିବା ପାଇଁ ସୂଚନା ଅଧିକାରା ଆଇନ୍ ବଳରେ ଗତ ଡ଼ିସେମ୍ବର, ୨୦୧୮ରୁ ଫେବୃୟାରୀ, ୨୦୧୯ ମଧ୍ୟରେ ବିଭିନ୍ନ ସରକାରୀ ଦପ୍ତର ଯଥା ଶିଳ୍ପ ବିଭାଗ, ଇପିଲ, ଇଡ଼୍କୋ, ୧୦ଟି ଜିଲ୍ଳାର ଜିଲ୍ଲାପାଳ କାର୍ଯ୍ୟାଳୟ, ଜିଲ୍ଲା ଶିଳ୍ପକେନ୍ଦ୍ରଗୁଡ଼ିକୁ ତଥ୍ୟ ମଗାଯାଇଥିଲା । ବିଭିନ୍ନ ଦପ୍ତରରୁ ମିିଳିଥିବା ତଥ୍ୟ ନିମ୍ନମତେ ପ୍ରଦାନ କରାଗଲା । (୧) ଗତ ୫.୧୨.୨୦୧୮ରିଖରେ ଇପ୍କଲ ଦ୍ୱାରା ଯୋଗାଇ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଗତ ଜାନୁୟାରୀ ୨୦୧୬ରୁ ଜୁଲାଇ ୨୦୧୮ ମଧ୍ୟରେ ୧୩୧ଟି କମ୍ପାନୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମୁଦାୟ ୨୭,୩୯,୨୧୩.୪୨କୋଟି ଟଙ୍କାର ପୁଞ୍ଜିିନେବଶ କରିବା ପାଇଁ ସରକାରଙ୍କୁ ଜଣାଇଛନ୍ତିି । ଏହାପରେ ଇପ୍କଲ୍, ଇଡ଼୍କୋ ଏବଂ ବିଭିନ୍ନ ଜିଲ୍ଲାକୁ କେଉଁ କେଉଁ କମ୍ପାନୀକୁ କେତେ ପରିମାଣରେ ଜମି ଦିଆଯାଇଛି କି ନାହିଁ ଏବଂ କେଉଁ ଶିଳ୍ପ କାର୍ଯ୍ୟକାରୀ ହୋଇଛି, ଏହାର ତଥ୍ୟ ମଗାଯାଇଥିଲା । ବହୁ ଜିଲ୍ଲାପାଳଙ୍କ ଦପ୍ତର ଯଥା ଭଦ୍ରକ, କଟକ, ଯାଜପୁର ପ୍ରମୁଖ ତଥ୍ୟ ନଥିବା ଦର୍ଶାଇ ଇପିକଲ ଏବଂ ଇଡ୍କୋକୁ ତଥ୍ୟ ଦେବା ପାଇଁ ଦରଖାସ୍ତଗୁଡ଼ିକୁ ପଠାଇ ଦେଇଥିଲେ । ଇପ୍କଲ ଏବଂ ଇଡ଼୍କୋରୁ ମିଳିଥିବା ଅନୁଯାୟୀ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଟିିଏ ବି ଶିଳ୍ପ ପ୍ରତିଷ୍ଠା ହୋଇନାହିଁ କି ଜଣେ ବ୍ୟକ୍ତି ରୋଜଗାର ପାଇନାହାଁନ୍ତି । (୨) କଟକ ଜିଲ୍ଲାରେ ସମୁଦାୟ ୮ଟି କମ୍ପାନୀ ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱୀକୃତି ଦେଇଥିଲେ । ସେଥିମଧ୍ୟରୁ ଏବଂ ଗୀତାଞ୍ଜଳି ଜେମସ୍ ଲିମିଟେଡ଼କୁ ଯୋଗାଇ ଦିଆଯାଇଥିବା ଜମି ଲିଜ୍କୁ ସରକାର ଖାରଜ କରିଦେଇଛନ୍ତି । ପେଜ୍ ଇଣ୍ଡଷ୍ଟ୍ରିଜ ଲିଃକୁ ଜମି ଯୋଗାଇ ଦିଆଯାଇଥିଲେ ମଧ୍ୟ ଉକ୍ତ ଅର୍ଥ ପଇଠ ନ କରିବାରକୁ ଜମି ଦିଆଯାଇ ପାରିନାହିଁ । ସେହିପରି ଟେଷ୍ଟପୋଷ୍ଟ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼କୁ ଜମି ଦିଆଯାଇ ପାରିନାହିଁ । ଜୟ ଭାରତ ସ୍ପାଇସେସ୍ ଲିଃକୁ ୧୪ ଏକର ଜମି ବାରଙ୍ଗ ତହସିଲ ଅଧୀନରେ ରାଜ୍ୟ ରାମଦାସପୁର ଗ୍ରାମରେ ଦିଆଯାଇଅଛି । କିନ୍ତୁ ଶିଳ୍ପ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଅଲ୍ଟ୍ରାଟେକ୍କୁ ୯୦ ଏକର ଜମି ଆଠଗଡ଼ ତହସିଲ୍ ଅଧିନସ୍ଥ କେଳଥପାଙ୍ଗି ଗ୍ରାମରେ ଯୋଗାଇ ଦିଆଯାଇଛି । କିନ୍ତୁ ଶିଳ୍ପ ଏପର୍ଯ୍ୟନ୍ତ କରାଯାଇନାହିଁ । ଲାଲ୍•ନ୍ଦ ରିସର୍ଟ ଲିଃ ଏବଂ ଇନ୍ଫୁଏନ୍ସ ହେଲ୍ଥ କେୟାର ଲିମିଟେଡ଼କୁ ଜମି ଦିଆଯାଇପାରି ନାହିଁ । (୩) ଢେଙ୍କାନାଳ ଜିଲ୍ଳାରେ ହାରାହାରି ୮ଟି କମ୍ପାନୀ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱୀକୃତି ଦେଇଥିଲେ । ସେଥିମଧ୍ୟରୁ ଚ ଌ ଇ ଭକ୍ଟଗ୍ଧଗ୍ଧକ୍ଷରକ୍ସଗ୍ଦକୁ ମଦ କାରଖାନା ବସାଇବା ପାଇଁ ବଳରାମପୁରରେ ୧୨.୦୫ ଏକର ଜମି ପଦାନ କରାଯାଇଥିଲା । କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ ଇଡ଼୍କୋ ଜମି ବାତିଲ୍ କରିଦେଇଛି । ସେହିପରି ନରେଭରମ ପାୱାର ଏଣ୍ଡ ଷ୍ଟିଲ୍ ଏଲଟିଡି. ସମେତ ଅନ୍ୟାନ୍ୟ କମ୍ପାନୀମାନେ ଏପର୍ଯ୍ୟନ୍ତ ଶିଳ୍ପ ପ୍ରତିଷ୍ଠା କରିନାହାଁନ୍ତି । ଯାଜପୁର ଜିଲ୍ଲାରେ କେବଳ ଇମାମୀ ସିମେଣ୍ଟ ଲିଃକୁ କଳିଙ୍ଗନଗର ମାଣତିରାରେ ୬୬.୨୫ ଡ଼ିସିମିଲ୍ ଜାଗା ଦିଆଯାଇଛି । କମ୍ପାନୀର କାର୍ଯ୍ୟ •ଲୁରହିଛି । ଏତଦ୍ବ୍ୟତୀତ ଅନ୍ୟାନ୍ୟ ସମସ୍ତ କମ୍ପାନୀ ଯଥା କେଜରିୱାଲ କଷ୍ଟିଙ୍ଗ ଏଲଟିଡି ଏମ୍ ଏସ୍ କନସର , ତିରୁପତି କନ୍ଟେଇନରସ୍ ପ୍ରାଇଭେଟ୍ ଏଲଟିଡି , ଏମ୍ ଏସ୍ ଇଣ୍ଡଷ୍ଟିଂ. ଇତ୍ୟାଦି କୌଣସି କାର୍ଯ୍ୟ ଆରମ୍ଭ କରିନାହାଁନ୍ତି । କେବଳ ଝଙ୍ଗକ୍ଟଗ୍ଦଗ୍ଧସଳ ଉଷସକ୍ଷସଳ ଜରଗ୍ଦକ୍ଟକ୍ସଗ୍ଧ ଯାଜପୁରରେ ତାର ଭିତ୍ତିିଭୂମି ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଛି । ୭.୩.୧୯ରେ ଇପିକଲ ଦ୍ୱାରା ମିଳିଥିବା ତଥ୍ୟ ଅନୁଯାୟୀ ପ୍ରାୟ ୧୩ଟି କମ୍ପାନୀ ଜମି ନେଇ ସେମାନଙ୍କର କନ୍ଷ୍ଟ୍ରକ୍ସନ କାମ ଆରମ୍ଭ କରିଛନ୍ତି । ଜମି ନେଇଥିବା କମ୍ପାନୀଗୁଡ଼ିକୁ ଏପର୍ଯ୍ୟନ୍ତ ଶିଳ୍ପ ପ୍ରତିଷ୍ଠା କରିନାହାଁନ୍ତି କି ଉତ୍ପାଦନ ଆରମ୍ଭ କରିନାହାଁନ୍ତି । ରାଜ୍ୟରେ କୌଣସି ରୋଜଗାର ୩ ବର୍ଷ ମଧ୍ୟରେ ସୃଷ୍ଟି ହୋଇନାହିଁ । ତେଣୁ ମେକ୍-ଇନ୍-ଓଡ଼ିଶା ପ୍ର•ର କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କେବଳ ଠକି •ଲିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଠକାମୀ ଏବଂ ମିଛ ପ୍ର•ର ପ୍ରତି ସଚେତନ ରହିବାକୁ ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ଆହ୍ୱାନ ଦେଇଛନ୍ତି । ଆଜିର ସାମ୍ବାଦିକ ସୂଚନାଧିକାର କର୍ମୀ ତଥା ସମାଜସେବୀ ସଂଯୁକ୍ତା ପାଣିଗ୍ରାହୀ, ଆଇନ୍ଜୀବି ସୁଧୀର ମହାନ୍ତି, ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ