ମେଗା ପାଇପ ଜଳର ଯୋଗାଣ ଓ ରକ୍ଷଣବେକ୍ଷଣ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ସ୍ଥିତ ଡବ୍ଲୁଟିପି (WTP) ଠାରେ ଅନୁଷ୍ଠିତ ମେଗା ପାଇପଜଳର ଯୋଗାଣ ଓ ରକ୍ଷଣବେକ୍ଷଣ ନେଇ ଏକ ଦଶଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ , ପାନୀୟଜଳ ବିଭାଗ ଆନୁକୂଲ୍ୟରେ ଏବଂ ପ୍ରୋଜେକ୍ଟ ନିର୍ଦେଶକ ବ୍ରହ୍ମାନନ୍ଦ ରେଡ୍ଡୀଙ୍କ ତତ୍ୱାବଧାନ ଏହି ଶିବିର ଆରମ୍ଭ ହୋଇଯାଇଛି l ଏହି ଶିବିରରେ ମେଗା ପିଡବ୍ଲୁଏସ (PWS)ର କାର୍ଯ୍ୟ ଓ ରକ୍ଷଣବେକ୍ଷଣ ଉପରେ ତାଲିମ ପ୍ରଦାନ କରାଯାଇଥିଲା l ବିଶେଷକରି ଓଆରଏମଏଏସ (ORMAS) ତାଲିମ ପ୍ରାପ୍ତ ଟେକ୍ନିସିଆନ ମାନଙ୍କୁ ଜଳ ବିଶୋଧନ କାରଖାନା, ମଲ୍ଲାଡ ଅପ୍ରେଟିଙ୍ଗ ସିଷ୍ଟମ ସମ୍ବନ୍ଧରେ ଜ୍ଞାନ, କାର୍ଯ୍ୟକୁଶଳତାକୁ ବୃଦ୍ଧି କରିବାକୁ ଏବଂ ଜଳ ସଂଶୋଧନ ପ୍ରଣାଳୀ ଚାଲୁଥିବା ବେଳେ କ୍ଷମତା ଓ ଶ୍ରେଷ୍ଠ ପ୍ରଥାଗୁଡିକୁ ସୁନିଶ୍ଚିତ କରିବା ଲକ୍ଷରେ ପ୍ରଶିକ୍ଷଣ ଦେଇଥିଲେ ସତୀଶ ଓ ପ୍ରଦୀପ l ପ୍ରକାଶଥାଉକି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ ଓ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକ ପାଇଁ ମେଗା ପାଇପ ପାଣି ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ