ମେଗା ୱାଟର ପ୍ରୋଜେକ୍ଟକୁ ଗ୍ରାମବାସୀଙ୍କ ବିରୋଧ
ହାଟଡ଼ିହି:ହାଟଡିହି ବ୍ଲକରେ ହେବାକୁଥିବା ମେଗା ୱାଟର ପୋଜେକ୍ଟକୁ ଡଙ୍ଗାଜୁଆ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ ସହିତ ଆଲୋଚନା ନକରି ପ୍ରୋଜେକ୍ଟ ପାଇଁ ଜମି ଚିହ୍ନଟ କରାଯାଉଥିବାରୁ ଆଜି ଶହଶହ ମହିଳା ଏହାକୁ ବିରୋଧ କରିବାରୁ ଜମି ଚିହ୍ନଟ ପାଇଁ ଆସିଥିବା ସରକାରୀ ବାବୁ ମାନେ ଘଟଣାସ୍ଥଳ ଛାଡି ପଳାଇଥିଲେ । ଖବରରୁ ଜଣାଯାଇଛି ଯେ ରାଜ୍ୟ ସରକାର ଏକ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ୨୫୦କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । ଏହି ପ୍ରକଳ୍ପଟି ପୁରୁଣାପାଣି ନିକଟରେ ହେବାକୁ ଥିବାବେଳେ ସେଠାକାର ଲୋକମାନେ ବିରୋଧ କରିବାରୁ ଏହାକୁ ଡଙ୍ଗାଚୁଆ ଚତୁରି ପଡିଆରେ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାିଥିଲା । ସେହି ଅନୁସାରେ ଆଜି ରାଜସ୍ୱ ନିରୀକ୍ଷଙ୍କ ସମେତ ଅନ୍ୟ କିଛି ସରକାରୀ କର୍ମଚାରୀ ଜମି ଚିହ୍ନଟ ପାଇଁ ଯାଇଥିବାବେଳେ ସ୍ଥାନୀୟ ଡଙ୍ଗାଚୁଆ ଗ୍ରାମର ୱାର୍ଡସଭ୍ୟ ପଞ୍ଚୁ ମାଝୀ, ପିତାମ୍ବର ମାଝୀ, ଟିପୁ ମାଝୀ, ଦିବାକର ମାଝୀ, ପୁଗୁଣି ମାଝୀ, ରାମ ମାଝୀ, ଶଙ୍କର୍ଷଣ ସେନାପତି, ଫୁରଳାଇ ମାଝୀ, ଗୀତା ମାଝୀ, ପାନ ମାଝୀ, ପୁଣୁଗି ମାଝୀ, ସୀତା ମାଝୀ, ନାହା ମାଝୀ, ଫୁଲ ମାଝୀ, କପୁରା ମାଝୀ, ବାସନ୍ତୀ କିସ୍କୁ, ଦୁମୁନି ଟୁଡୁ, ମଇନ ମାଝୀ, ଶ୍ରୀଧର ସେନାପତି, କୃଷ୍ଣ ସେନାପତି, ଗନ୍ଧର୍ବ ସେନାପତି, ସୁରେନ୍ଦ୍ର ମୁର୍ମୁ ଙ୍କ ସମେତ ଶହଶହ ଗ୍ରାମବାସୀମାନେ ବିରୋଧ କରିଥିଲେ । ଗ୍ରାମବାସୀଅଭିଯୋଗ ଅନୁଯାଇ ସେମାନେ ବହୁ ଶ୍ରମଦାନ କରି ପଥର ମାଫିଆ ଓ ମୋରମ ମାଫିଆଙ୍କ କବଳରୁ ଏହି ଚତୁରୀ ପଡିଆକୁ ସୁରକ୍ଷିତ ଭାବେ ରଖି ଆସିଥିଲେ । କିନ୍ତୁ ଏବେ ପ୍ରଶାସନ ଗ୍ରାମବାସୀଙ୍କ ସହିତ ଆଲୋଚନା ନକରି ହଠାତ ଏଠାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରିବାପାଇଁ ଜମି ଚିହ୍ନଟ କରିବା ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି । ଏପରି ହେଲେ ସେମାନେ ପ୍ରୋଜେକ୍ଟ କରାଇ ଦେବେନି ବୋଲି ଚେତାବନୀ ଦେଇଛନ୍ତି ।