ମେଜର ଭରତ ଚନ୍ଦ୍ର ଜେନାଙ୍କ କବିତା ସଙ୍କଳନ “ବିଭାବରୀ” ଉନ୍ମୋଚିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ସେନା ବାହିନୀର ଅବସରପ୍ରାପ୍ତ ସୁବେଦାର ମେଜର ଭରତ ଚନ୍ଦ୍ର ଜେନାଙ୍କ ପ୍ରଥମ କବିତା ସଙ୍କଳନ “ବିଭାବରୀ”ମୀରପାଟଣାସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଉନ୍ମୋଚିତ ହୋଇଯାଇଛି । ବନଫୁଲ ପ୍ରକାଶନ ଆନୁକୁଲ୍ୟରେ ପ୍ରକାଶିତ ଏହି ସଙ୍କଳନକୁ ବରିଷ୍ଠ ସାହିତ୍ୟିକ ଡଃ. ବାସୁଦେବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକାର୍ପଣ କରି ମେଜର ଜେନାଙ୍କ ରଚିତ କବିତା ଗୁଡିକରେ ଦେଶପ୍ରେମ,ସୈାନ୍ଧର୍ଯ୍ୟବୋଧ ଓ ପ୍ରକୃତି ପ୍ରୀତିର ଅପୂର୍ବ ସମାରୋହ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ପୁସ୍ତକ ଟିକୁ ସମୀକ୍ଷା କରି ପ୍ରାଧ୍ୟାପକ ଡଃ. ସର୍ବେଶ୍ୱର ସେଣ ସନ୍ନିବେସିତ କବିତା ଗୁଡିକୁ ଉଭୟ ଭାବ, ଶଦ୍ଦ ଚୟନ, ଛାନ୍ଦ ଲାଳିତ୍ୟ ତଥା ପରିପାଟ୍ଟୀ ଦୃଷ୍ଟିରୁ ଓଡିଆ ସାହିତ୍ୟର ଏକ ସମ୍ପଦ ହେବ ବୋଲି ବକ୍ତବ୍ୟ ରଖିଥିଲେ । ଆମ ଗାଁ ସାହିତ୍ୟ ପରିଷଦ ସଭାପତି ସଞ୍ଜୟ ମଲ୍ଲିକଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଡଃ. ବଳରାମ ଲେଙ୍କା, ଅବସରପ୍ରାପ୍ତ ପ୍ରଶାସକ ନିରଞ୍ଜନ ସାହୁ, ସତୀର୍ଥର ସମ୍ପାଦକ ମନ୍ମଥନାଥ ବରାଳ, ଜିଲ୍ଲା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ, ପ୍ରକାଶକ ପବିତ୍ର ବ୍ରହ୍ମପୁତ୍ର ନାୟକ ପ୍ରମୁଖ ଯୋଗଦେଇଥିବା ବେଳେ ଆମ ଗାଁ ସାହିତ୍ୟ ପରିଷଦ ସମ୍ପାଦକ ସ୍ୱପ୍ନାଂଶୁ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ଟିଟିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଗୀତିକାର କ୍ଷୀରୋଦ ଚନ୍ଦ୍ର ପୋଥାଳ ଉଦଘାଟନୀ ସଂଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମର ପ୍ରସାଦ ରାଉତ, ଆଦିକନ୍ଦ ରାଉଳ, ଅଶୋକ କୁମାର ସାହୁ, ଭରତ ଚନ୍ଦ୍ର ସାହୁ, ସଞ୍ଜୟ ମଥାନ, ସିଦ୍ଧାର୍ଥ ଶଙ୍କର ରାୟ, ନୃସିଂହ ତ୍ରିପାଠୀ, ରଞ୍ଜନ ବାଇ, ସୁରେନ୍ଦ୍ର ବେହେରା ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ