ମେଟ୍ରୋ ଟିଭି ଛାଡ଼ିଲେ ପ୍ରକାଶ ରଥ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ମେଟ୍ରୋ ଟିଭିର ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ସମାଜସେବୀ ତଥା ସ୍ତମ୍ଭକାର ପ୍ରକାଶ ରଥ । ଏହି ନିକଟରେ ଘରୋଇ ସ୍କୁଲ୍ ଗୁଡ଼ିକରେ ଗରିବ ପିଲାମାନଙ୍କୁ ମାଗଣାରେ ନାମ ନ ଲେଖାଇବାକୁ ନେଇ ଏକ ଖବର ପ୍ରସାରଣ ନିମନ୍ତେ ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ସମ୍ପାଦକ ଶ୍ରୀ ପ୍ରକାଶ ରଥଙ୍କୁ ଗିରଫ କରିଥିଲା । ଏହା ପରେ ନିଜର ସ୍ୱାସ୍ଥ୍ୟଗତ କାରଣ ନେଇ ଶ୍ରୀ ରଥ ମେଟ୍ରୋ ଟିଭି ସମ୍ପାଦକ ପଦ ଛାଡ଼ିଛନ୍ତି । ଆଗାମୀ ଦିନରେ ସାମ୍ବାଦିକତା କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି ।


