ମେଡ଼ିକାଲରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ କେନ୍ଦ୍ର ବନ୍ଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଂଚାୟତର ଜନସାଧାରଣ ରାତି ପାଇଲେ ମୋହନା ମେଡ଼ିକାଲ ଉପରେ ଭରସା କରନ୍ତି। ଏପରିକି ମୋହନା ମେଡ଼ିକାଲ ପରିସରରେ ରହିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ କେନ୍ଦ୍ର ଉପରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଲୋକେ ନିଜର ଆବଶ୍ୟକ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇବା ପାଇଁ ଆବେଦନ କରିଥାନ୍ତି । ହେଲେ କାର୍ଯ୍ୟାଳୟ ବନ୍ଦ ଥିବାରୁ ଲୋକେ ଆସି ନିରାଶ ହୋଇ ଫେରୁଛନ୍ତି ଖାଲି ହାତରେ। ବହୁ ଦୂର ଦୁରାନ୍ତର ଲୋକେ ସକାଳୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ଜଗି ରହି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଦାୟିତ୍ଵରେ ଥିବା ଅଧିକାରିଣୀ ଗତ ଜାନୁ ମାସରେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ନିଜ ଘର ଭୂବନେଶ୍ଵରକୁ ଚାଲିଯାଇଛନ୍ତି । ଆଜିକୁ ଗୋଟିଏ ମାସ ବିତିଲାଣି କିନ୍ତୁ ସେ କାର୍ଯ୍ୟାଳୟକୁ ଆସିନାହାଁନ୍ତି । ଯାହାରି ଫଳରେ କାର୍ଯ୍ୟାଳୟ ରେ ତାଲା ଝୁଲୁଛି । ସରକାରୀ କ୍ଷେତ୍ରରେ ଅତି ଜରୁରୀ ଆବଶ୍ୟକ ଥିବା ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ଲୋକଙ୍କୁ ମିଳି ପାରୁନି। ଯାହାଦ୍ଵାରା ସରକାରୀ ସୁବିଧା ପାଇବାରୁ ବଞ୍ଚିତ ରହୁଛନ୍ତି ହିତାଧିକାରୀ । ଏ ବିଷୟରେ ସ୍ଵାସ୍ୟ କେନ୍ଦ୍ର ଅଧିକାରିଣୀ ଡ. ନମିତା ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ବହୁବାର ଚିଠି କରିଥିଲେ ମଧ୍ୟ ସେ ଆସୁନାହାନ୍ତି କାର୍ଯ୍ୟାଳୟକୁ କି ଉତ୍ତର ମଧ୍ୟ ଦେଉନାହାନ୍ତି। ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି ଏବଂ ଏହି ସମସ୍ୟାର ତୁରନ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ