ମେଡିକାଲରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଇର ଔଷଧ
ମୋହନା ,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ ପଞ୍ଚାୟତ ଏଠି ପ୍ରତେକ ଦିନ ଲୋକେ ଜର,ଖାସ,ଥଣ୍ଡା,ମୁଣ୍ଡବଥା,ରେ ଆକ୍ରାନ୍ତ ହେଇଥାନ୍ତି | ଲୋକେ ମେଡିକାଲ ଆସନ୍ତି ରୋଗ ଭଲ କରିବା ପାଇଁ କିନ୍ତୁ ଭଲ କଣ ହେବେ ଲୋକଙ୍କୁ ମୃତ୍ବୁ ମୁଖକୁ ଠେଲି ଦେଉଛନ୍ତି ଡାକ୍ତର ମାନେ କେନ୍ଦ୍ର ସରକାର ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ରେ ଔଷଧ ଯୋଗାଇଛନ୍ତି କିନ୍ତୁ ସେହି ଔଷଧ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ, କିଛି ଡାକ୍ତର ଓ କମ୍ପାଉଣ୍ଡର ଏହି ଔଷଧ କୁ ନିଜ ମନ ମୁତାବକ ବିକ୍ରି କରୁଛନ୍ତି | ବିଭିନ୍ନ ରାଜ୍ୟରେ କରୋନା ଭୟ ଥିବା ବେଳେ ଲୋକେ ଦିନକୁ ଦିନ ଭୟଭୀତ ହେବାରେ ଲାଗିଛନ୍ତି କିନ୍ତୁ ଏଠି ଡାକ୍ତର ବାବୁ ରୋଗୀଙ୍କୁ ଏକ୍ସପାଇର ଔଷଧ ଦେଉଛନ୍ତି | କିଛି ଦିନ ତଳେ ଖବର ପ୍ରସାରଣ ହେଇଥିଲା ରୋଗୀମାନଙ୍କୁ ଏକ୍ସପାଇର ଔଷଧ ଦିଆଯାଉଛି | ଏବେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ୧୦ କିମି ଦୂର ଶିଙ୍କୁଳିପଦର ଗାଁ ର ଲୋକମାନେ ଏଠିକାର ମେଡ଼ିକାଲ ଉପରେ ଭରଷା କରନ୍ତି ଏଠି କିଛି ଦିନ ତଳେ ଡାକ୍ତର ରହୁନଥିବା ମଧ୍ୟ ଅଭିଯୋଗ ହେଇଥିଲା | ଗତ କାଲି ଶିଙ୍କୁଳିପଦର ଗ୍ରାମର କୁନି ମୁଳି ଓ ବାସନ୍ତି ମୂଳି ନିଜ ଦେହ ଭଲ ନଥିବାରୁ ମେଡିକେଲ ଯାଇଥିଲେ ସେଠୀ ଡାକ୍ତର ପୃଥିବୀରାଜ ଜେନା ତାଙ୍କୁ କିଛି ମେଡ଼ିସିନ ଦେଇଥିଲେ ସେ ମେଡ଼ିସିନ୍ ନେଇ ଘରେ ପହଞ୍ଚି ଦେଖିଲା ବେଳେ ସେଥିରୁ ବିପି ଔଷଧ ର ତାରିଖ ନଥିଲା ଏହାର ତାରିଖ ଗତ ମାସ ଜୁଲାଇ ଓ ଅଗଷ୍ଟ ରେ ସରିଯାଇଛି | ଏହା ଜାଣି ମଧ୍ୟ ଡାକ୍ତର ରୋଗୀଙ୍କୁ ସେହି ଔଷଧ ଦେବାର ଅଭିଯୋଗ ହୋଇଛି | ଏହି ଖବର ପାଇଲା ପରେ ଗ୍ରାମରେ ଲୋକମାନେ ଉତ୍ତେଜନା ସୃଷ୍ଟି କରିଥିଲ | ଡାକ୍ତର ପୃଥିୀବିରାଜ ଜେନା ଙ୍କୁ ପଚାରିବାରୁ ସେ କହିଛନ୍ତି ଖବର ପ୍ରସାରଣ ନ କରିବା ପାଇଁ ଏହା ସହ କହିଛନ୍ତି ଭୁଲ ରେ ଦେଇଦେଲି, ବର୍ତ୍ତମାନ ଲୋକଙ୍କ କହିବା କଥା ବାରମ୍ବାର ଏହି ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ ହେବା ସତ୍ୱେ କାହିଁକି ପଦକ୍ଷେପ ନିଆଯାଉନାହିଁ | ରୋଗୀ ମାନେ କଣ ମାରିବାପରେ ସରକାର ପଦକ୍ଷେପ ନେବେ ଏପରି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ , ଚୁଡ଼ଙ୍ଗପୁର,ଅଡବା,ଭଳି ବିଭିନ୍ନ ଦୃଗମ ମେଡିକାଲ ଗୁଡିକ ରେ ଔଷଧ ବିକ୍ରୀ ହେଉଛି | ସରକାରୀ ମେଡିକାଲରେ ଯଦି ଏପରି କରାଯିବ ତେବେ ଲୋକେ କାହା ଉପରେ ଭରସା କରିବେ,ଏହାକୁ ନେଇ ଉଚ୍ଚ ତଦନ୍ତ କରିବା ସହ ଦୃଡ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଅଞ୍ଚଳ ରେ ଦାବି ହୋଇଛି |


