ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ

ବାଲେଶ୍ୱର(,ଯୁଗାଦ୍ଦନ୍ୟୁଜ) ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ତରଫରୁ ସାମୁଦ୍ରିକ ଝଡ଼ ଫନୀରେ କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦଶହଜାର ଟଙ୍କା ପ୍ରଦାନ କରାଯାଇଛି । ସୋମବାର ଦିନ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ କମିଟିର କର୍ମକର୍ତ୍ତାମାନେ ଏହି ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ । କମିଟିର ସଦସ୍ୟମାନଙ୍କଠାରୁ ଏଥିପାଇଁ ସ୍ୱତନ୍ତ୍ରଭାବେ ଏହି ଅର୍ଥ ସଂଗ୍ରହ କରାଯାଇଥିଲା । କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରଫେସର ଅନନ୍ତ ପ୍ରଧାନଙ୍କ ସମେତ ଭଗବାନ ଚନ୍ଦ୍ର ରାଉତ, ପ୍ରଭାକର ସାହୁ, ବନମାଳୀ ନାୟକ, ଶ୍ରଦ୍ଧାଞ୍ଚଳି ରାୟ, ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, କୁମୁଦ ରଞ୍ଜନ ଗିରି, ରମେଶ ଚନ୍ଦ୍ର ଜେନା, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଯୋଗେଶ ଚନ୍ଦ୍ର ଜେନା, ରାଜେଶ କୁମାର ପାଢ଼ୀ, ଶଚୀନ୍ଦ୍ର ଦାସ, ପ୍ରଦୀପ ଦାସ, ଦିଲ୍ଲୀପ ଚକ୍ରବର୍ତ୍ତୀ, ପ୍ରସନ୍ନ କୁମାର ପାଢ଼ୀ, ଅନିଲ କୁମାର ମହାନ୍ତି, ରାଧାକୃଷ୍ଣ ଜେନା ଓ ବେଣୁଧର ପାଳ ପ୍ରମୁଖ ଜିଲ୍ଲାପାଳଙ୍କୁ ଚେକ୍ ପ୍ରଦାନ ବେଳେ ଉପସ୍ଥିତ ଥିଲେ । ଗତ ଶନିବାର ଦିନ ସାପ୍ତାହିକ ବୈଠକରେ ବରିଷ୍ଠ ସଦସ୍ୟ ଅନନ୍ତ ଭୂୟାଁଙ୍କ ବିୟୋଗରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ