ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ପ୍ରାକ୍ତନ ସଭାପତି
ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ନବବର୍ଷର ବନ୍ଧୁମିଳନ ଓ କମିଟିର ପ୍ରାକ୍ତନ ସଭାପତି ସ୍ୱର୍ଗତଃ ଡାକ୍ତର ହରିଶ ଚନ୍ଦ୍ର ଜେନାଙ୍କର ୯୦ତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ୱର୍ଗତଃ ଡଃ ଜେନାଙ୍କ ବାସଭବନ ପରିସରରେ ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତଃ ଜେନା ଓ ତାଙ୍କ ସହଧର୍ମିଣୀଙ୍କ ପ୍ରତିମୂର୍ତ୍ତି ଏବଂ ଫଟୋଚିତ୍ରରେ ସାମୂହିକ ପୁଷ୍ପାର୍ଘ୍ୟ ପ୍ରଦାନ କରାଯାଇଥିଲା । ଏହି ଅବସରରେ କ୍ରିୟାନୁଷ୍ଠାନ କମିଟିର ୨୦୨୩ ବାର୍ଷିକ ମୁଖପତ୍ର ‘ପ୍ରମେୟ’ ସମ୍ବାଦପତ୍ରର ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ କମଳାକାନ୍ତ ପତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । କ୍ରିୟାନୁଷ୍ଠାନ କମିଟିର ପୂର୍ବତନ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ, ପ୍ରଫେସର ଅନନ୍ତ ପ୍ରଧାନ, ଶ୍ରୀମତୀ ମମତା ମହାପାତ୍ର, ପୂର୍ବତନ କାର୍ଯ୍ୟକାରୀ ସଭାପତି ଶମ୍ଭୁନାଥ ମହାନ୍ତିଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ପ୍ରଦୀପ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ, ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଦାମୋଦର ନାୟକ, ଫକୀରମୋହନ ସାହିତ୍ୟ ପରିଷଦର ଉପସଭାପତି ଦୀନବନ୍ଧୁ ଲେଙ୍କା, ସିଭିଲ୍ ସୋସାଇଟିର ସୀତାରାମ ପ୍ରଧାନ, ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଶଚୀନ୍ଦ୍ର ଦାସ, ମହିଳା ସାମ୍ମୁଖ୍ୟ ପକ୍ଷରୁ ସରସ୍ୱତୀ ପଣ୍ଡା, ମିନତୀ ରାୟ, ପ୍ରତିମା ପଣ୍ଡା, ମିନତୀ ପ୍ରଧାନ, ବନ୍ଦନା ବିଶ୍ୱାସ, ଲକ୍ଷ୍ମୀପ୍ରିୟା ଜେନା ଓ ଜ୍ୟୋତ୍ସ୍ନାରାଣୀ ଦାସ, ଡା. ତାରାକାନ୍ତ ନନ୍ଦ, ରମେଶ ଚନ୍ଦ୍ର ଜେନା, ପ୍ରଭାକର ସାହୁ, ପଦ୍ମଲୋଚନ ଦତ୍ତ, ଅନୀଲ୍ ପଟ୍ଟନାୟକ, ଜାମସେଦଅଲ୍ଲୀ ଖାଁ, ପ୍ରଫୁଲ୍ଲ ଦାସ, ଶରତ ଚନ୍ଦ୍ର ମହାପାତ୍ର, କ୍ରିଷ୍ଣା ସାହା, ଶ୍ୟାମସୁନ୍ଦର ଜେନା, ଜ୍ଞାନରଞ୍ଜନ ପାଣିଗ୍ରାହୀ, ଅକ୍ଷୟ ତ୍ରିପାଠୀ, ଯୋଗେଶ ପ୍ରଧାନ, ବସନ୍ତ ନାୟକ, ରବୀନ୍ଦ୍ର ପ୍ରହରାଜ, ଆଶୀଷ କୁମାର ଜେନା, ଆଇନଜୀବୀ ଗୌରଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଡା. ଜେନାଙ୍କ ବହୁମୁଖୀ ପ୍ରତିଭା ଓ ଜନକଲ୍ୟାଣକାରୀ କାର୍ଯ୍ୟ ସଂପର୍କରେ ସ୍ମୃତିଚାରଣ କରିଥିଲେ । ବାଲେଶ୍ୱରବାସୀଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇଦେଇ ପାରିଲେ ଏପରିକି ରେମୁଣାଠାରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲକୁ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ଏମ୍ସ୍ ସେଟେଲାଇଟ୍ ସେଣ୍ଟରକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଆୟୁଷ ହସପିଟାଲ୍ କାର୍ଯ୍ୟ ଆରମ୍ଭ କରିବା, ପ୍ରସ୍ତାବିତ ଇଏସ୍ଆଇ ହସ୍ପିଟାଲ୍ ପାଇଁ ସରକାରୀ ଜମି ଯୋଗାଇଦେବା, ସର୍ବୋପରି ନବନିଯୁକ୍ତ ଡାକ୍ତରମାନେ ରୋଗୀଙ୍କ ସେବାକୁ ପ୍ରାଧାନ୍ୟ ଦେଲେ ତାହା ସ୍ୱର୍ଗତଃ ଜେନାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ସେମାନଙ୍କର ମତବ୍ୟକ୍ତ କରିଥିଲେ । ଚଳିତବର୍ଷ ବାର୍ଷିକ ସମ୍ମିଳନୀରେ ଗୃହୀତ ୨୦୨୪ ମସିହାର କାର୍ଯ୍ୟଖସଡ଼ାକୁ କମିଟିର କାର୍ଯ୍ୟକାରୀ ସଭାପତି ଇଂ. ହୃଷିକେଶ ସାହୁ ଏବଂ ମୁଖପତ୍ରର ସଂପାଦକ ନିରଞ୍ଜନ ରାଉତ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ରାଜନେତାଙ୍କ ଶୁଭେଚ୍ଛାବାର୍ତ୍ତା ପାଠ କରିଥିଲେ । ମୁଖପତ୍ର ପ୍ରକାଶନରେ ସମସ୍ତ ପ୍ରକାର ସହଯୋଗ କରିଥିବା ବ୍ୟକ୍ତି, ଅନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ କମିଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସଭାକାର୍ଯ୍ୟ ପ୍ରାରମ୍ଭରେ କମିଟିର ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଉପସ୍ଥିତମାନଙ୍କୁ ନୂଆବର୍ଷର ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ । ଡ. କ୍ଷିତୀଶ୍ୱର ଦାସ ବେଦ ପାଠ କରିଥିଲେ । ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଓ ତାଙ୍କ ସହଧର୍ମିଣୀ ସସ୍ମିତା ପ୍ରଧାନ, ରେମୁଣା ଅଞ୍ଚଳର ରଘୁନାଥ ସାହୁ ଓ ତାଙ୍କ ସହଧର୍ମିଣୀ ପ୍ରମିତା ଦାସ, ଅଧ୍ୟାପକ ଜଗତାନନ୍ଦ ବିଶ୍ୱାଳ ଓ ତାଙ୍କ ପତ୍ନୀ ପ୍ରଣତି ବିଶ୍ୱାଳ, ବିଶ୍ୱନାଥ ଘଡ଼େଇ ଓ ତାଙ୍କ ପତ୍ନୀ ମୋନିକା ଘଡ଼େଇ, ଗୋବର୍ଦ୍ଧନ ପାଣିଗ୍ରାହୀ ପ୍ରମୁଖଙ୍କୁ ଅନୁଷ୍ଠାନର ପୃଷ୍ଠପୋଷକ ସଦସ୍ୟତା ଗ୍ରହଣ କରିଥିବାରୁ ସେମାନଙ୍କୁ କର୍ମକର୍ତ୍ତା ଓ ଅତିଥିମାନେ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରିଚାଳନାରେ ଡ. ଜେନାଙ୍କ ପରିବାରର ସମସ୍ତ ସଦସ୍ୟ, କମିଟିର ଯୋଗେନ୍ଦ୍ର ମାହାର୍ଣ୍ଣା, ଶଶାଙ୍କ ଶେଖର ଦତ୍ତ, ଯୋଗେଶ ଚନ୍ଦ୍ର ପ୍ରଧାନ, ସଂଯୁକ୍ତା ବେହେରା, ଯଶୋଦା ନନ୍ଦନ ଆଶ୍, ପୁରସ୍ତମ ବେହେରା, ରବୀନ୍ଦ୍ର ଭୋଳ, ଶରତ ଦଳାଇ, ଯତୀନ୍ ପାତ୍ର ପ୍ରମୁଖ ସହଯୋଗ କରିଥିôବାବେଳେ କୁମୁଦ ରଞ୍ଜନ ଗିରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।