ମେଡିକାଲ ଅଫିସରଙ୍କ ସହ ଗଞ୍ଜାମ ଜିଲାପାଳଙ୍କ ଆଲୋଚନା 

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲାରେ କୋଭିଡ ପରିଚାଳନା ନେଇ ଶନିବାର ସମସ୍ତ ମେଡିକାଲ ଅଫିସରଙ୍କ ସହ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ଓ ସମୀକ୍ଷା କରିଛନ୍ତି। ଏହି ଦ୍ୱିତୀୟ ପର୍ଯ୍ୟାୟ  ସମୀକ୍ଷାରେ କୋଭିଡ କେୟାର ହସ୍ପିଟାଲ, କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମରେ କରୋନା ରୋଗୀଙ୍କ ପାଇଁ ଥିବା ଚିକିତ୍ସା ଓ ଅନ୍ୟ ସ୍ବାସ୍ଥ୍ୟ ସମ୍ପର୍କୀୟ ଉପରେ ଜ଼ିଲାପାଳ ପଚାରି ବୁଝିଥିଲେ। ଏଥିସହ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ପରିସ୍ଥିତିରେ ରୋଗୀ ସେବା କିଭଳି ଭାବେ ମିଳିବ ସେ ଉପରେ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ରୋଗୀଙ୍କୁ ରେଫର, ପ୍ଲାଜମା ଥେରାପି ଦାନ ଉପରେ ଆଲୋଚନା ହୋଇଛି। ରୋଗୀ ମାନଙ୍କୁ ଆହୁରି ଉତ୍ତମ  ମେଡିକାଲ ସେବା ପାଇଁ କ’ଣ କରାଯାଇପାରିବ  ସେସମ୍ପର୍କରେ ଜିଲାପାଳ ପଚାରି ବୁଝିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ