ମେଡିକାଲ ଆନ୍ଦୋଳନ ୨୦ଦିନରେ ପହଞ୍ଚିଲା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରେ ସିଟି ହସପିଟାଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣାକୁ ଆଜି ୨୦ଦିନ ପୁରିଲା । ଚଞ୍ଚକତା କରି ଜିଲ୍ଲା ହସପିଟାଲକୁ ୮କିଲୋମିଟର ଦୂର ଶାମଗୁଡିଆକୁ ନେଇଯିବା ପରେ ଜନ ଆକ୍ରୋଶର ଶିକାର ହୋଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ପ୍ରତିଶୃତି ପାଣିରେ ଗାର ସଦୃଶ ହୋଇଛି । ଏପର୍ଯ୍ୟନ୍ତ କୈାଣସି ସୁଫଳ ମିଳିନଥିବା ବେଳେ ଆନ୍ଦୋଳନକାରୀ ମାନେ ନଛୋଡ ବନ୍ଧା । ପ୍ରତିଦିନ ଶହ ଶହ ମହିଳାଙ୍କ ସମେତ କେନ୍ଦ୍ରାପଡାବାସୀ ସାମିଲ ହୋଇ ସିଟି ହସପିଟାଲ ପ୍ରତିଷ୍ଠା ପାଇଁ ଦୃଢ ଦାବି ଜଣାଉଛନ୍ତି । ଅନ୍ୟପକ୍ଷରେ ଏହି ଆନ୍ଦୋଳନ ଯାଇ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିଛି । ଆନ୍ଦୋଳନକାରୀଙ୍କ ଏକ ୭ଜଣିଆ ପ୍ରତିନିଧି ଦଳ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ମହମ୍ମଦ ଆକବର ଅଲ୍ଲୀ, ଗୟାଧର ଧଳ, ରଶ୍ମୀତା ସିଂ, ମହମ୍ମଦ ସଲିମ ଖାନ, ସୈାମେନ୍ଦ୍ର କୁମାର ପୃଷ୍ଟି, ହେମନ୍ତ କୁମାର ଜେନା ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ସହିତ ସିଟି ହସପିଟାଲ ପାଇଁ ଦାବି ଜଣାଇବେ । ପ୍ରତିଦିନ ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ଆନ୍ଦୋଳନ ସ୍ଥଳରେ ପହଞ୍ଚୁଛନ୍ତି । ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ତାଙ୍କର ସମର୍ଥକମାନଙ୍କୁ ସଙ୍ଗରେ ଧରି ଆନ୍ଦୋଳନସ୍ଥଳରେ ପହଞ୍ଚି ସମର୍ଥନ ଜଣାଇଛନ୍ତି । ସି.ପି.ଆଇ.(ଏମ)ର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ,ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ରବି ବେହେରା, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ସିପିଆଇ(ଏମ)ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣିରଞ୍ଜନ ରାଉତରାୟ, ଆପ ଜିଲ୍ଲା ଆବାହକ ସନ୍ଦିପ୍ତ ଦାସ, ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, ପୂର୍ବତନ କାଉନସିଲର ହିବଜୁର ରହେମାନ, ସୈାମେନ୍ଦ୍ର ପୃଷ୍ଟି, ମୁକ୍ତାର ଖାଁ, ଚିତ୍ତରଞ୍ଜନ ଭଗତ, ଲୋହିଆ ବିଚାର ମଞ୍ଚର ଆବାହକ ରଞ୍ଜନ କୁମାର ମଲିକ, ସୟଦ ଅକମଲ ଅଲ୍ଲୀ, ଅବଦୁଲ ମଜିଦ, ବିପିନ ବିହାରି ପରିଡା, ଦୁଖିଶ୍ୟାମ ସୂତାର, ମୃତ୍ୟୁଞ୍ଜୟ ଦାସ, ଗୋଲେଖ ଚନ୍ଦ୍ର ମଲିକ, ସେକ ହାପିଜୁଲ୍ଲା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେବା ସହିତ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ