ମେଡିକାଲ କର୍ମଚାରୀଙ୍କୁ ମାଡମାରି ଦୁଇ ଆହତ ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚମ୍ପଟ

ମୋହନା, (ଅଂଶୁମାନ ପଣ୍ଡା) :ବାଇକ ଧକ୍କାରେ ଆହତ ଦୁଇ ଯୁବକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରିଙ୍କୁ ମାଡମାରି ପୁଲିସ ଭୟରେ ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୌଡି କେଉଁ ଆଡ଼େ ଚମ୍ପଟ ମାରିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଡାକ୍ତର ଥାନାରେ ଏତଲା ଦେଇଛନ୍ତି । ପ୍ରକାଶ ଥାଉକି ଲବାର ସିଂ ପଞ୍ଚାୟତ ଅଧିନ ରାୟପୁର ଗ୍ରାମର ଆଶିଷ କୁମାର ତ୍ରିପାଠୀ (୨୮) ଓ ସେହି ଗ୍ରାମର ପପୁନା ପାତ୍ର(୨୮) ଏକ ସ୍କୁଟି ଯୋଗେ ମୋହନା ଆସୁଥିବା ବେଳେ ପିଣ୍ଡିକି ଗ୍ରାମ ଛାକଠାରେ ସ୍କୁଟିଟି କୌଣସି କାରଣରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଉଭୟଙ୍କର ମୁଣ୍ଡ, ଛାତି, ଗୋଡରେ ଗଭୀର ଆଘାତ ଲାଗି ଉଭୟେ ଗୁରୁତର ଅବସ୍ଥାରେ ପତିଥିବା ବେଳେ ଗ୍ରାମ ଲୋକଙ୍କ ସହାୟତାରେ ଆମ୍ବୁଲେନସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିସ୍ଥିତ ହୋଇଥିଲେ । ପରନ୍ତୁ ଗୁରୁତର ଥିବା ଆଶିଷ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ହେବାକୁ ଥିବାବେଳେ ସେ ଅତ୍ୟଧିକ ମଦ୍ୟ ସେବନ କରିଥିବା ଯୋଗୁଁ ମଦ ନିଶାରେ ଖଟରୁ ଉଠିପଡି ବିନା କାରଣରେ ସ୍ୱାସ୍ଥ୍ୟକେନ୍ଦ୍ରର ଆଟେଡେଣ୍ଟ ସତ୍ୟବାନ ଡାକୁଆଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲା । ସତ୍ୟବାନ ଡାକ୍ତରଙ୍କୁ ଏ ବିଷୟରେ ଜଣାଇବା ପରେ ଥାନାକୁ ଜଣାଇବା ପାଇଁ ଯିବା ସମ୍ପର୍କରେ ଜାଣିପାରି ଉଭୟେ ସ୍ଵାସ୍ଥ୍ୟକେନ୍ଦ୍ରରୁ ଦୌଡି କେଉଁ ଆଡେ ଚମ୍ପଟ ମାରି ଦେଇଛନ୍ତି । ଏ ସମ୍ପର୍କରେ ଡାକ୍ତର ଅଖିଳେଶ ପଟ୍ଟନାୟକ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ