ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶାରଦୀୟ ସ୍ୱାସ୍ଥ୍ୟସେବା
ବାଲେଶ୍ୱର, (ସରୋଜ ପଣ୍ଡା) : ରାଜ୍ୟ ଓ କେନ୍ଦ୍ର ସରକାର ବାଲେଶ୍ୱର ଜିଲ୍ଲାବାସୀଙ୍କୁ ସାମଗ୍ରିକ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦାବିରେ ସରକାରୀ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳିତ ଅକ୍ଟୋବର ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଚାରଗଞ୍ଜ ଛକ ପାଖରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୫ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ପ୍ରମୁଖ ୫ଟି ଦାବିରେ ସଚେତନତା ଶିବିରରେ ଜନସାଧାରଣଙ୍କୁ ଅବଗତ କରାଉଥିବାର ଦେଖାଯାଇଥିଲା । ବାଲେଶ୍ୱରରେ ଏମ୍ସ ସାଟେଲାଇଟ୍ ସେଣ୍ଟରକୁ ସପ୍ତାହରେ ଦୁଇଦିନ ପରିବର୍ତ୍ତେ ସବୁଦିନ ଓ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ରେମୁଣାରେ ମେଡିକାଲ କଲେଜ୍ ସଂଲଗ୍ନ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲ୍ ଓ ଜାତୀୟ ରାଜପଥକୁ ସଂଲଗ୍ନ ପ୍ରସ୍ତାବିତ ରାସ୍ତାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରୁ ଚିକିତ୍ସା ବ୍ୟବସ୍ଥା ସ୍ଥାନାନ୍ତର କରିବା, ମେଡିକାଲ୍ କଲେଜ୍ ନିକଟକୁ ହସପିଟାଲର ସ୍ଥାନାନ୍ତର ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ସେବାରେ କୌଣସି ବ୍ୟାଘାତ ସୃଷ୍ଟି ନକରିବା, ଖାଲିପଡ଼ିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ କରିବା ସହ ସମସ୍ତ ବିଭାଗରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରାଇବା ଦାବିରେ ଏହି ସ୍ୱାସ୍ଥ୍ୟ ସେଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ୫ ଦିନିଆ ଶିବିରରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ପ୍ରଦୀପ ଦାସଙ୍କ ସମେତ ପ୍ରଭାକର ସାହୁ, ନିରଞ୍ଜନ ରାଉତ, ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ସୀତାରାମ ପ୍ରଧାନ, ପ୍ରଫୁଲ୍ଲ କୁମାର ଦାସ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ସରସ୍ୱତୀ ପଣ୍ଡା, ମମତା ଦାସ, ବନ୍ଦନା ବିଶ୍ୱାସ, ସଂଯୁକ୍ତା ବେହେରା, ଲକ୍ଷ୍ମୀପ୍ରିୟା ଜେନା, କଲ୍ୟାଣୀ ନନ୍ଦ, ଶଶାଙ୍କ ଶେଖର ଦତ୍ତ, ବିଜନ ଦେ, ଡ. କେଶବ ଚରଣ ପଣ୍ଡା, ଜତିନ୍ ପାତ୍ର, ସେକ୍ ସଲ୍ଲାଉଦ୍ଦିନ୍, ଭାରତୀ ପଣ୍ଡା, ଡା. ତାରାକାନ୍ତ ନନ୍ଦ, ଅକ୍ଷୟ କୁମାର ତ୍ରିପାଠୀ, ରମେଶ ଚନ୍ଦ୍ର ଜେନା, ରବି ନାରାୟଣ ଭୋଳ, ରବି କୁମାର ପାଣିଗ୍ରାହୀ, ଅନିଲ୍ ପଟ୍ଟନାୟକ, ପୁରୁଷୋତ୍ତମ ବେହେରା, ଉମାକାନ୍ତ ଜେନା, ଯୋଗେନ୍ଦ୍ର ମାହାର୍ଣ୍ଣା, ସଂବିତ କୁମାର ନନ୍ଦୀ, ରୁହିଆ ମାଝି, ଅରୁଣ ଜେନା, ଭରତ ଚନ୍ଦ୍ର ସେଠୀ, ରଘୁନାଥ ମହାଳିକ, ସୁଜାତା ପରିଡ଼ା, ପ୍ରଦୀପ ରାଉତ, ଇଂ. ବନମାଳୀ ନାୟକ, ଶରତ ଚନ୍ଦ୍ର ଦଳାଇ, କ୍ରିଷ୍ଣା ସାହା ଓ ରାମଚନ୍ଦ୍ର ଦେବ ପ୍ରମୁଖ ସଚେତନତା ଶିବିରରେ ଉପସ୍ଥିତ ଥିଲେ । ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ୩ୟ ଦିନ ସନ୍ଧ୍ୟାରେ ଶିବିରରେ ଉପସ୍ଥିତ ରହି ଦାବିଗୁଡ଼ିକୁ ସମର୍ଥନ ଜଣାଇଥିଲେ । ୨୫ ତାରିଖ ଉଦ୍ଯାପନ ସନ୍ଧ୍ୟାରେ ଏହି ପାଞ୍ଚ ଦିନର ଶିବିରରେ ଯୋଗ ଦେଇଥିôବା ସମସ୍ତ କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା, ସାଧାରଣ ଜନତା, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ରିକ୍ସାଚାଳକ ସଂଘର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେମାନଙ୍କ ସହଯୋଗ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପରିଡ଼ା ଶାରଦୀୟ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଥିଲେ ।