ମେଡିକାଲ କଲେଜ ଏବଂ ହସପିଟାଲର ବିଭିନ୍ନ ଅବ୍ୟବସ୍ଥା ପ୍ରତିବାଦରେ ଧାରଣା

ବାରିପଦା,(ମୁରାରୀ ମୋହନ ମହାପାତ୍ର):ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲ ମୁଖ୍ୟ ଫାଟକ ସାମ୍ନାରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ ପକ୍ଷରୁ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ବରେ ମେଡିକାଲ କଲେଜ ଏବଂ ହସପିଟାଲର ବିଭିନ୍ନ ଅବ୍ୟବସ୍ଥା ପ୍ରତିବାଦରେ ଧାରଣା ଦିଆଯାଇଛି. ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲକୁ ମୟୂରଭଞ୍ଜ ଜିଲ୍ଲା ସହିତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡ ଲୋକ ମାନେ ମଧ୍ୟ ଚିକିତ୍ସା ନିମନ୍ତେ ଉକ୍ତ ହସପିଟାଲ ଉପରେ ନିର୍ଭର କରନ୍ତି. ବାରମ୍ବାର ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ରୋଗୀ ମାନେ ହୋଇରାଣ ହେଉଥିବାରୁ ଏହାର ପ୍ରତିକାର ପାଇଁ ଆଜି ମାସାଆର୍ମୀ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି ଏବଂ ଆଗକୁ ହସପିଟାଲର ଅବ୍ୟବସ୍ଥା ନସୁଧୁରିଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି. ଏହି ପରିପ୍ରେକ୍ଷୀରେ ୧୦ ଦଫା ଦାବିରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ହସପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଙ୍କୁ ପ୍ରଦାନ କରାଯାଇଛି. ଦାବି ଗୁଡିକ ମଧ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲର ବିଭିନ୍ନ ବିଭାଗରେ ଡାକ୍ତର ମାନଙ୍କ ଡ୍ୟୂଟି ଚାର୍ଟ ନାମ ଓ ଫୋନ ନମ୍ବର ଲଗାଯିବା, ଗୋଟିଏ ସିଟି ସ୍କାନ ମେସିନ ଥିବାରୁ ଏହାର ସଂଖ୍ୟା 4କୁ ବୃଦ୍ଧି କରାଯିବା, ରୋଗୀ ମାନଙ୍କୁ ନେବା ଆଣିବା ପାଇଁ ଦଶଟି ବ୍ୟାଟେରୀ ଚାଳିତ ଗାଡି ନିୟୋଜିତ କରାଯିବା, ଆଉଟ ସୋର୍ସିଂ ମାଧ୍ୟମରେ ହେଉଥିବା ଗ୍ରୁପ ସି ଓ ଗ୍ରୁପ ଡି ନିଯୁକ୍ତିକୁ ଉଚ୍ଛେଦ କରାଯାଇ ସରକାରୀ ମାଧ୍ୟମରେ ନିଯୁକ୍ତି ପ୍ରଦାନ, ରୋଗୀ ମାନଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଣ, ବନ୍ଦ ପଡିଥିବା ଓଟି ଖୋଲାଯିବା, ଡାକ୍ତର ଖାନାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରାଯିବା, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲରେ ପଣ୍ତିତ ରଘୁନାଥ ମୁର୍ମୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପ୍ରମୁଖ ଦାବି କରାଯାଇଛି. ଆଜିର ଧାରଣାରେ ରାଜ୍ୟ ସଭାପତି ମାରାଣ୍ଡିଙ୍କ ସହିତ କାର୍ଯ୍ୟକାରୀ ସଭାପତି ସୂର୍ୟା ନାରାୟଣ ମୁର୍ମୁ, ପଦ୍ମଲୋଚନ ମୁର୍ମୁ, ଲକ୍ଷ୍ମୀକାନ୍ତ ବାସ୍କେ, ପପୁ ମୁର୍ମୁ, ଅବିନାଶ ମାରାଣ୍ଡି, କୃଷ୍ଣ ଟୁଡୁ, ଦାସମାତ ସରେନ, ସନେଲ ମୁର୍ମୁ, ରଣଜିତ ମୁର୍ମୁ, ସିମାଲ ମାଝୀ, ବିର୍ଭିମ ମାରାଣ୍ଡି, ସୁରେଶ ମୁର୍ମୁ, ସହଦେବ ହେମ୍ବ୍ରମ, ସୁଜିତ ମାରାଣ୍ଡି, ସୁବାସ ମୁର୍ମୁ, ଗାମାଇ ଗୋଇପାଇ, ରବିନ୍ଦ୍ର ହେମ୍ବ୍ରମ, ସାଉନା ମୁର୍ମୁ, ଅଜିତ ହେମ୍ବ୍ରମ, କିରଣ ମାରାଣ୍ଡି, ହେମ ମାରାଣ୍ଡି, କାରିଆ ହାଁସଦା, ସଞ୍ଜୟ ମାରାଣ୍ଡି, ଦୀପକ ହେମ୍ବ୍ରମ, ପଦ୍ମଲୋଚନ ସିଂ, ସାଗେନ ମୁର୍ମୁ ପ୍ରମୁଖ ଆନ୍ଦୋଳନ ରେ ସାମିଲ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ