ମେଡିକାଲ କଲେଜ ଓ ହସପିଟାଲ ଦାବିର ଆନ୍ଦୋଳନ ଆହୁରି ପାଦେ ଆଗକୁ ଯିବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ପ୍ରାଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ବିକାଶ ସାମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ସଂଗଠନର ସଂପାଦକ ଆଇନଜିବୀ ରମଣୀରଞ୍ଜନ ରାଉତରାୟ, ବିଗତ ୧୫ ତାରିଖ ଆନ୍ଦୋଳନ କାର୍ଯ୍ୟକ୍ରମର ସମୀକ୍ଷା ସହିତ ଲୋକମାନଙ୍କର ପୂର୍ଣ୍ଣ ସମର୍ଥନ ଦେଇ ଯେଭଳି ଭାବେ ଅଭୁତପୂର୍ବ ସଫଳତା ପ୍ରଦାନ କଲେ, ତାହାର ଭୂୟସୀ ପ୍ରଶଂସା ସହିତ ଯେ ପର୍ଯ୍ୟନ୍ତ ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରିବା ପାଇଁ ସରକାର ଘୋଷଣା ନକରିଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଦାବୀ ଉପସ୍ଥାପନ କରିଥିଲେ । ଏହା ଉପରେ ଆଲୋଚନା କରି ଆବାହକ ପ୍ରଫୁଲ୍ଲ କୁମାର ଦାସ, ଆଦିକନ୍ଦ ରାଉଳ, ଗୟାଧର ଧଳ, କୋଷାଧ୍ୟକ୍ଷ ଫକିର ଚରଣ ଖଟୁଆ, ମୁକ୍ତାର ଖାଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆସନ୍ତା ମାର୍ଚ୍ଚ ମାସ ସୁଧା ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରି ପ୍ରଶାସନକୁ ଅଚଳ କରିବାକୁ କେନ୍ଦ୍ରାପଡା ବ୍ଲକ ଆବାହକ ଭାଗିରଥୀ ଜେନା, ରାଜକନିକାର ଆବାହକ ମଙ୍ଗୁଳି ବେହେରା, ଗୁଣନିଧି ବଳ, କାଳିପ୍ରସାଦ ନାୟକ, ଦାମୋଦର ଧଳ, ଆଳି ବ୍ଲକ ଆବାହକ ରବିନାରାୟଣ ବେହେରା, ସେହାନା ବେଗମ, ପଟ୍ଟାମୁଣ୍ଡାଇ ବ୍ଲକ ରାଜକୁମାର ବିଶ୍ୱାଳ, ଦାଶରଥି ସାହୁ, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ସଭାପତି ଗୋପିବଲ୍ଲଭ ନାୟକ, ସଂପାଦକ ଗୋପିନାଥ ତ୍ରିପାଠୀ, ଡେରାବିଶ ବ୍ଲକ ସଭାପତି ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର, ସଂପାଦକ ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ, କୋଷାଧ୍ୟକ୍ଷ ଅଭିମନ୍ୟୁ ରାଉତ, ମହାକାଳପଡା ବ୍ଲକ ସଭାପତି ନିରାକାର ଜେନା, ନରୋତମ ପାର୍ଥସାରଥୀ, ସଞ୍ଜୟ ବସନ୍ତିଆ, ମାର୍ଶାଘାଇ ବ୍ଲକ ସଭାପତି କେଦାରନାଥ ସାମନ୍ତରାୟ, ସଂପାଦକ ସିଦ୍ଧାର୍ଥ ଶଙ୍କର ରାୟ, ସୀତାକାନ୍ତ ନାୟକ, ପ୍ରତାପ ଚନ୍ଦ୍ର ପରିଡା, ରାଜନଗର ବ୍ଲକ ସଭାପତି ଗଗନ ବିହାରୀ ସ୍ୱାଇଁ, ସଂପାଦକ କୈଳାସ ଚନ୍ଦ୍ର ମହାନ୍ତି, ଭଗବତୀ ରାଉତ, ଗରଦପୁର ବ୍ଲକ ସଭାପତି ରମେଶ ଚନ୍ଦ୍ର ବେହେରା, ସଂପାଦକ ଶରତ ଚନ୍ଦ୍ର ନାୟକ, କମିଟି ଉପଦେଷ୍ଟା ପ୍ରଫେସର ନନ୍ଦକିଶୋର ପରିଡା, ଭଜକୃଷ୍ଣ ରାଉତ, ନାରଦ ବିଶ୍ୱାଳ, ସାମ୍ବାଦିକ ଆଶିଷ ସେନାପତି, ଚିତ୍ତରଞ୍ଜନ ଦାସ, କେନ୍ଦ୍ରାପଡା ମୁନିସିପାଲିଟି ସଭାପତି ଆଡଭୋକେଟ ସରୋଜରାଜ ସିଂହ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଡ. ଉପେନ୍ଦ୍ର ନାୟକ, ସଂପାଦକ କରୁଣାକର ଦାସ, ବୈଷ୍ଣବ ଚରଣ ସ୍ୱାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଅମୀୟ ନାୟକ ପ୍ରମୁଖ ଯୋଗଦେଇ ୯ଟି ବ୍ଲକ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶପଥ ଗ୍ରହଣ କରିଥିଲେ ।