ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ୱର୍ଗତ ଡା.ହରିଶ୍ଚନ୍ଦ୍ର ଜେନାଙ୍କ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) :ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ପ୍ରାକ୍ତନ ସଭାପତି ସ୍ୱର୍ଗତ ଡା. ହରିଶ୍ଚନ୍ଦ୍ର ଜେନାଙ୍କ ୮୮ତମ ଜୟନ୍ତୀ ଶନିବାର ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମମତା ମହାପାତ ଅଧ୍ୟକ୍ଷତା କରିଥିଲେ । କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ସ୍ୱର୍ଗତ ଡା. ଜେନାଙ୍କ ଫଟୋଚିତ୍ର ଓ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କମିଟିର ୧୬ ବାର୍ଷିକ ସମ୍ମିଳନୀ ବାତିଲ ସମ୍ପର୍କରେ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ସମସ୍ତଙ୍କୁ ଅବଗତ କରିଥିବା ବେଳେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ୨୦୨୧ ମସିହାର ମୁଖପତ୍ର ଉନ୍ମୋଚନ କରାଯାଇଥିଲା । ସଂପାଦନା ମଣ୍ଡଳୀର ମୁଖ୍ୟ ନିରଞ୍ଜନ ରାଉତ ସମ୍ପାଦକୀୟ ପାଠ କରିଥିଲେ । ପୃଷ୍ଠପୋଷକ ଓ ସଦସ୍ୟତା ଗ୍ରହଣ କରିଥିବା ବ୍ୟକ୍ତଙ୍କୁ ଏହି ଅବସରରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥି ସହିତ ବର୍ଷକ ମଧ୍ୟରେ ଇହଧାମ ପରିତ୍ୟାଗ କରିଥିବା ସଦସ୍ୟ-ସଦସ୍ୟାଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉପ ସଭାପତି ଭଗବାନ ଚନ୍ଦ୍ର ରାଉତ, ପୂର୍ବତନ ସଭାପତି ପ୍ରଫେସର ଅନନ୍ତ ପ୍ରଧାନ ଓ ଦିଲୀ କମିଟିର ସଭାପତି ପ୍ରଫେସର ଅଜୟ ପଟ୍ଟନାୟକ, ଜିଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ଉପ-ସଭାପତି ପ୍ରଭାକର ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ସୁବ୍ରତ କର ପ୍ରମୁଖ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ସ୍ୱର୍ଗତ ଜେନାଙ୍କ ପରିବାରଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ଜିଲାର ସରକାରୀ ଡାକ୍ତରଖାନରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଉପସ୍ଥିତ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ନରହିବା, ନିର୍ମାଣାଧୀନ ଏମସ ବହିର୍ବିଭାଗ କାର୍ଯ୍ୟକ୍ଷମ ନହେବା, ନର୍ସିଂ କଲେଜ ଓ ଆୟୁଷ ହସପିଟାଲ୍ ନିର୍ମାଣ ଆରମ୍ଭ ନହେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଭୁବନେଶ୍ୱର କମିଟିର ସଭାପତି ଡ. ଅଦୈତ୍ୟ ପାତ୍ର, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଶ୍ରଦ୍ଧାଞ୍ଜଳି ରାୟ, ଡ. କେଶବ ଚନ୍ଦ୍ର ପଣ୍ଡା, ଆଇନଜୀବୀ କରୁଣାକର ରଥ, ମାୟାଧର ନାୟକ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସୀତାରାମ ପ୍ରଧାନ, ସରସ୍ୱତୀ ପଣ୍ଡା, ଦୁଷ୍ମନ୍ତ ଦାସ, କୁମୁଦରଞ୍ଜନ ଗିରି, ସାମ୍ବାଦିକ ଅଜିତ ମହାନ୍ତି, କବି ଜଳଧର ପଣ୍ଡା, ବନ୍ଦନା ପାଳ, ଫକୀରମୋହନ ମେଡିକାଲ୍ କଲେଜ୍ ଛାତ୍ରସଂସଦ ସଭାପତି କୀର୍ତ୍ତିମାନ ସାହୁ, ପ୍ରମିତା ଦାସ, ଅନିମା ଜେନା, ଓକିଲ ସଂଘର ସଭାପତି ମନୋଜ ନାୟକ, ଇଂ. ବନମାଳି ନାୟକ, ଯଶୋଦା ନନ୍ଦନ ଆସ୍, ଯୋଗେନ୍ଦ୍ର ମାହାର୍ଣ୍ଣା, ସେକ୍ କରିମ୍, ବେଣୁଧର ପାଳ, ଦୀନବନ୍ଧୁ ଲେଙ୍କା, ଅଖିଳ କୁମାର ଦାସ, ରମେଶ ଚନ୍ଦ୍ର ଜେନା, ଡ. ସମାପିକା ପରିଡ଼ା, ଶଚିନ୍ଦ୍ର ଦାସ, ଅନିଲ୍ ପଟ୍ଟନାୟକ, ବିଜୟ ଦାସ ଅଧିକାରୀ, ଇଂ. ବିନୋଦ ଦାସ, ଶଶାଙ୍କ ଶେଖର ଦତ୍ତ ଓ ପ୍ରଜ୍ଞାପାରମିତା ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଡ. କ୍ଷୀତିଶ୍ୱର ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।