ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ପାଇଁ ସବୁ ସ୍ତରରୁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯାଉଛି । କେନ୍ଦ୍ରାପଡାବାସୀଙ୍କ ଏହି ଦାବି ହାସଲ ପାଇଁ ଆସନ୍ତା ମାର୍ଚ୍ଚମାସ ୪ତାରିଖରେ କେନ୍ଦ୍ରାପଡା ମେଡିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସମାବେଶ ବା ଗଣଧାରଣା ଅନୁଷ୍ଠିତ ହେବ । ଏହି ସମାବେଶକୁ ସଫଳ କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆବାହକ ଅଧ୍ୟାପକ ଅଜୟ ସାମଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୈାରାଂଚଳ ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବି, ଶିକ୍ଷାବୀତ ଓ ସାଧାରଣଜନତା ଏହି ସମାବେଶରେ ଯୋଗ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ପ୍ରତ୍ୟେକ ୱାର୍ଡ ଓ ସାହି ବସ୍ତିରୁ ଅଧିକ ସଂଖ୍ୟକ ଲୋକଙ୍କୁ ସମାବେଶରେ ଯୋଗ ଦେବା ପାଇଁ ନିବେଦନ କରାଯିବା ସହ ଏହି ସାମୁହିକ ଦାବି ହାସଲ ପାଇଁ କରାଯାଉ ଥିବା ଆନ୍ଦୋଳନରେ ସହଯୋଗ କରିବାକୁ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଭାପତି ସରୋଜରାଜ ସିଂହ, ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ଆଦିକନ୍ଦ ରାଉଳ, ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ