ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମର୍ଥନା କଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ତାଙ୍କ ତାଙ୍କ ଆବାସୀକ କାର୍ଯ୍ୟାଳୟରେ ଭେଟି ଶୁଭେଛା ଜଣାଇଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ । ସଙ୍ଘର ଉପଦେଷ୍ଟା ଈଶ୍ୱର ଚନ୍ଦ୍ର ସାହୁ, ବ୍ରଜକିଶୋର ଜେନା, ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, ରବୀନ୍ଦ୍ରନାଥ ରଥ, ସୁବାଷ ଚନ୍ଦ୍ର ପାତ୍ର, ତୈଲୋକ୍ୟ ଚରଣ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି । ଏହି ଅବସରରେ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ହେଉଥିବା ଦାବିକୁ ସଙ୍ଘ ସମର୍ଥନ କରିବା ସହ ସାନ୍ତସାହିରେ ଥିବା ମହାଭୋଇ ପୋଖରୀର ଉନ୍ନତିକରଣକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲା ସଙ୍ଘ । ଜିଲ୍ଲାପାଳ ଶ୍ରୀ ଋତୁରାଜ ସହୃଦୟତାର ସହିତ ସଙ୍ଘର ସଦସ୍ୟମାନଙ୍କ କଥା ଶୁଣି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ