ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜନସଚେତନା ପଦଯାତ୍ରା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡାରେ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ଦିନ ଧରି ଚାଲିଥିବା ଆନ୍ଦୋଳନ ସୋମବାର ଏକ ନିର୍ଦ୍ଧାରକ ମୋଡ ନେଇଛି । କେନ୍ଦ୍ରାପଡା ସହରର ସିଦ୍ଧ ଶ୍ରୀବଳଦେବୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ଶହ ଶହ ଜିଲ୍ଲାବାସୀଙ୍କୁ ନେଇ ଏକ ଜନସଚେତନତା ପଦଯାତ୍ରା ସକାଳ ୮ ଟାରୁ ବାହାରି ସହର ପରିକ୍ରମା କରି ନୂଆବସଷ୍ଠାଣ୍ଡ ନିକଟରେ ପହଞ୍ଚିଥିଲା । ସହରର ବିଭିନ୍ନ ଛକ ଜାଗା ମାନଙ୍କରେ ପଦଯାତ୍ରୀ ମାନଙ୍କୂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ସହିତ ହୁଳହୁଳିରେ ସହର ଫାଟିପଢୁଥିଲା । ଶହ ଶହ ସଂଖ୍ୟାରେ ତୁଳସୀ ମହିଳା ବିଦ୍ୟାଳୟ ଓ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ଏଥିସହିତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସାମାଜିକ କର୍ମୀ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସମସ୍ତଙ୍କର ଗୋଟିଏ ସ୍ୱର ଥିଲା କେନ୍ଦ୍ରାପଡା ଜିଳ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଆମର ଦାବି । ଏହି ମିଳିତ କ୍ରୀୟାନୁଷ୍ଠାନ କମିଟିର ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଆବାହକ ମଣ୍ଡଳ ସଦସ୍ୟ ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଫକୀର ଚରଣ ଖଟୁଆ, ଆଦିକନ୍ଦ ରାଉଳ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ମୁକ୍ତାର ଖାଁ, ରାଜ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ପରିଚାଳିତ ଏହି ଜନଚେତନା ପଦଯାତ୍ରାକୁ ସଫଳ କରିବା ପାଇଁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଗଣେଶ ଚନ୍ଦ୍ର ମେକାପ, ମାଧବ ଦାସ, ମହେନ୍ଦ୍ର ପରିଡା, ଅମୀୟ ନାୟକ, ବିଧୁଭୂଷଣ ମହାପାତ୍ର, ବିଜୟ ପରିଡା, ନାରଦ ବିଶ୍ୱାଳ, ବିକାଶ ଚନ୍ଦ୍ର ବେଉରା, ନରୋତମ ପାର୍ଥ ସାରଥି ପ୍ରମୁଖ ସାମିଲ ହୋଇଥିଲେ । ନୂଆବସଷ୍ଟାଣ୍ଡ ଠାରେ ପଦଯାତ୍ରୀ ମାନେ ପହଞ୍ଚିିଲା ପରେ ଅନୁଷ୍ଠାନରେ ସଭାପତି ପ୍ରଫେସର ଅଜୟ ସାମଲଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବକ୍ତାମାନେ ନିଜର ବକ୍ତବ୍ୟ ପ୍ରଦାନ କରି ତୁରନ୍ତ ୧୫ ଲକ୍ଷ ଜନ ସଂଖ୍ୟା ବିଶିଷ୍ଟ କେନ୍ଦ୍ରାପଡା ଜିଲ୍ଲା ଯେଉଁଠି ଜୀତୀୟ ରାଜପଥ, ରେଳପଥ ସହିତ ନଦୀ ନାଳ ଘେରା ଦୁର୍ଗମ ଅଞ୍ଚଳରେ ରୋଗୀମାନେ ଠିକ ଭାବେ ସେବା ପାଇପାରୁନାହାନ୍ତି । ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ କଟକ ଭୁବନେଶ୍ୱକୁ ଯିବା ବେଳେ ବାଟରେ ପ୍ରାଣହାନୀ ଘଟୁଛି । ଯେଉଁ ଜିଲ୍ଲାରେ ଗୋଟିଏ ଡାଇଲେସିସ ମେସିନ ଟିଏ ମଧ୍ୟ ନାହିଁ । ଏସମ୍ପର୍କରେ ତୁରନ୍ତ ସରକାର ନିଷ୍ପତି ଗ୍ରହଣ କରି କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ ପାଇଁ ନିବେଦନ କରିଥିଲେ । ଏହି ଜନସଚେତନା ପଦଯାତ୍ରାରେ ଯୋଗଦେଇ ଉପେନ୍ଦ୍ର ପ୍ରଧାନ, ରାଧାକାନ୍ତ ଅଧିକାରୀ, ସୁରେଶ ପଟ୍ଟନାୟକ, ରମେଶ ଚନ୍ଦ୍ର ମଲ୍ଲିକ, ସୈାକତ ଅଲ୍ଲୀ ଖାନ, ଭାଗିରଥୀ ଜେନା, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଗୋରାଙ୍ଗ ସ୍ୱାଇଁ, ଅଭିମନ୍ୟୁ ରାଉତ, ନିମାଇଁ ଚରଣ କର, ମାନସ ବେଉରା, ମଧୂସୁଦନ ବାରିକ, ବିକାଶ ଚନ୍ଦ୍ର ବେହେରା, ଭାଗ୍ୟଶ୍ରୀ ଚୂଳି, ସସ୍ମିତା ବେହରା, ଅକ୍ଷୟ କୁମାର ବେହେରା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ କାଉନସିଲର ହିପଜୁର ରହେମାନ, ଅକ୍ରୁର ପଲେଇ, ବସନ୍ତ ସେଠୀ, ଛାତ୍ର ନେତା ଶୁଶ୍ରୀ ସଙ୍ଗୀତା ଦାଶ, କରିନା ବେହେରା, ଭଜହରି ପ୍ରଧାନ ପ୍ରଭୃତି ବକ୍ତବ୍ୟ ପ୍ରଦାନ କରି ଆନ୍ଦୋଳନର ସଫଳତା ପାଇଁ ବକ୍ତବ୍ୟ ପ୍ରଦାନ କରିବା ସହ ଯଦି ମେଡିକାଲ କଲେଜ ପ୍ରତିଷ୍ଠା ନହୁଏ ତେବେ ଜିଲ୍ଲା ବ୍ୟାପି ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ । ଏହି ଆନ୍ଦୋଳନ ପାଇଁ ବଜାରରୁ ସଂଗ୍ରାମୀ ପାଣ୍ଠିି ଆଦାୟ ହୋଇ ଆନ୍ଦୋଳନକୁ ଜୋରଦାର କରିବାକୁ ଉତ୍ସାହିତ କରିଥିଲେ । ଶେଷରେ ସୀତାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।