ମେଡିକାଲ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ ଆଜି ବ୍ଲକର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଶ୍ରୀ ସାମଲ ପ୍ରଥମେ ମଞ୍ଜୁରୀ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପହଞ୍ଚି ସ୍ୱାସ୍ଥ୍ୟସେବା ସମ୍ପର୍କରେ ଡାକ୍ତରଙ୍କ ଠାରୁ ପଚାରି ବୁଝିଥିଲେ। ଏହାସହିତ ମେଡିକାଲରେ ଚାଲିଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ବାରିକପୁର ମେଡିକାଲକୁ ଯାଇ ସେଠାରେ ମଧ୍ୟ ରୋଗୀ ସେବା ସମ୍ପର୍କିତ କିଛି ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷ କରି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମେଡିକାଲ ଗୁଡିକରେ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ସକାଶେ ବ୍ଲକ ଉପାଧ୍ୟକ୍ଷ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏନେଇ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବାକୁ ଶ୍ରୀ ସାମଲ ସୂଚନା ଦେଇଥିଲେ। ଏଥିରେ ବିଜେଡି ନେତା ବିଜୟ ଖିଲାର, ଶୁଶାନ୍ତ ମଲ୍ଲିକ, ହେମନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ