ମେଡିକାଲ ପରିସରରେ ଅଘଟଣ ଟ୍ରାନସଫର୍ମ କୁ ପିଟିଲା ସ୍କର୍ପିଓ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଶନିବାରରାତ୍ର ୯ ଟା ସମୟରେ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ବିଦୂତ ଟ୍ରାନ୍ସଫର୍ମର କୁ ଧକ୍କା ଦେଲା ସ୍କୋରପିଓ । ଧକ୍କା ଦେବା ଫଳରେ ଟ୍ରାନ୍ସଫର୍ମର ରୁ ନିଆଁ ଲାଗିଥିଲା । ଯାହାକୁ ନେଇ କିଛି ସମୟ ପାଇଁ ମେଡ଼ିକାଲ ରେ କର୍ମଚାରୀ ଏବଂ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନେ ଭୟ ଭିତ ହୋଇଥିଲେ । ଠିକ ଏହି ସମୟରେ ମେଡ଼ିକାଲ ର ଜଣେ ସିକୁରୀଟି ଗାର୍ଡ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଆଁ ଆୟତ୍ତ ହୋଇଥିଲା । ପ୍ରଥମେ କାର ଟି ଟ୍ରାନ୍ସଫର୍ମର ର ବାଡ଼ କୁ ଧକ୍କା ଦେଇଥିଲା । ଜୋରରେ ଶବ୍ଦ ଶୁଭିଲା ଦେଖିଲା ବେଳକୁ ଟ୍ରାନ୍ସଫର୍ମର ରେ ନିଆଁ । ଶୁଣିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି କାର ଚଳାଇବା ଶିଖୁଥିଲେ ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟିଛି । ତେବେ ମେଡ଼ିକାଲ ପରିସର କୁ କିଭଳି କାର ଟି ଆସିଲା ଏବଂ କାହିଁକି ଆସିଲା ଯଦି କୌଣସି ଅଘଟଣ ଘଟିଥାନ୍ତା ତାହେଲେ ଦାୟୀ କିଏ ହୁଅନ୍ତା । ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ଏହି ଘଟଣା ର ପୋଲିସ ତଦନ୍ତ କରି ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ।


