ମେଡିକାଲ ପ୍ରବେଶିକା ପରୀକ୍ଷା ମେ’ ୩
ଭୁବନେଶ୍ୱର- ଏମ୍ବିବିଏସ୍ ଏବଂ ବିଡିଏସ୍ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନିଟ୍ ମେ’ ୩ରେ ହେବ । ଏଥିପାଇଁ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନିଟ୍ ରେ ଅନ୍ ଲାଇନ୍ ପଞ୍ଜୀକରଣ ସୋମବାର ସରିଛି । ଫି ଦାଖଲ କରି ନଥିବା ପରୀକ୍ଷାର୍ଥୀ ମାନେ ବୁଧବାର ରାତି ୧୧ଟା ୫୦ ସୁଦ୍ଧା ଫି ଦାଖଲ କରିପାରିବେ । ଆବେଦନ ସମୟରେ ଫର୍ମରେ ତ୍ରୁଟି ଥିଲେ ଛାତ୍ରଛାତ୍ରୀ ୧୫ରୁ ୩୧ ଜାନୁଆରି ମଧ୍ୟରେ ଏନ୍ ଟିଏ ଓ୍ୱେବ୍ ସାଇଟ୍ www.ntaneet.nic.in ରେ ସଂଶୋଧନ କରିପାରିବେ । ଏହା ସହିତ ପରୀକ୍ଷାର୍ଥୀମାନେ ୨୭ ମାର୍ଚ୍ଚରୁ ଆଡମିଟ୍ କାର୍ଡ ଡାଉନ୍ ଲୋଡ୍ କରିପାରିବେ ।