ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତ୍ତିତ୍ୱ 

ହାଟଡ଼ିହି, ( ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଗୋପ, କାନପୁର ଓ ଟୁକୁଣା ଗ୍ରାମର ତିନିଜଣ ଛାତ୍ରଛାତ୍ରୀ ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତ୍ତିତ୍ୱ ହାସଲ କରିଛନ୍ତି । ଗୋପ ଗ୍ରାମର ଶେଷଦେବ ପରିଡାଙ୍କ ଝିଅ ପୁଷ୍ପାଞ୍ଜଳୀ ପରିଡା ୬୨୪ ମାର୍କ ରଖି କୃତ୍ତିତ୍ୱ ହାସଲ କରିଛନ୍ତି । ସ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କୁ ସେବା ଯୋଗାଇ ଦେବେ ବୋଲି ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ସେହିପରି କାନପୁର ଗ୍ରାମର ରମେଶ ରାଉତ ଓ ପ୍ରଭାତୀ ରାଉତଙ୍କ ପୁଅ ଜ୍ୟୋତି ପ୍ରକାଶ ରାଉତ ୬୨୦ମାର୍କ ରଖି କୃତ୍ତିତ୍ୱ ହାସଲ କରିଛନ୍ତି । ସେହିପରି ଟୁକୁଣା ବଡ ରମ୍ପାସ ପଞ୍ଚାୟତ ଗ୍ରାମର ଚନ୍ଦନ ଶଙ୍ଖୁଆ ୫୮୬ମାର୍କ ରଖି ସଫଳତା ହାସଲ କରିଛନ୍ତି । ଏହି ଛାତ୍ରଛାତ୍ରୀ ମାନଙ୍କ ଏପରି ସଫଳତା ପାଇଁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲାପରିଷଦ ସଦସ୍ୟ ପ୍ରଣତୀ ଦେଓ, ସୁରେନ୍ଦ୍ର କୁମାର ଜେନା, ରଞ୍ଜନ ଦେଓ, ମନୋରଞ୍ଜନ ଦେଓ ପ୍ରମୁଖ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ