ମେଡିକାଲ ପ୍ରାଙ୍ଗଣରୁ ଜବରଦଖଲ ଉଚ୍ଛେଦ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଙ୍ଗଣରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ମେଡିକାଲଟି ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ କାୟାକଳ୍ପ ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଛି। ତେଣୁ ମେଡିକାଲ ସମ୍ମୁଖ ସୌନ୍ଦର୍ଯ୍ୟକରଣ , ପାଚେରୀ ଓ ଡ୍ରେନେଜ ନିର୍ମାଣ ପାଇଁ ଆଜି ଉଚ୍ଛେଦ ଶେଷ ହୋଇଛି। ତହସିଲଦାର ସରୋଜକାନ୍ତ ନାୟକ ଓ ଏକ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ ବେଆଇନ ନିର୍ମାଣଧୀନ ଦୁଇଗୋଟି ମେଡ଼ିସିନ ଷ୍ଟୋର, ଗୋଟିଏ ଜଳଖିଆ ଦୋକାନ, ଗୋଟିଏ ପାନ ଦୋକାନ, ପାଥୋଲାଵ ଗୋଟିଏ ଓ ଗୋଟିଏ ଡ୍ରେସ ଦୋକାନକୁ ଭଙ୍ଗା ଯାଇଛି। ଚାପା ଉତ୍ତେଜନା ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ