ମେଡିକାଲ ବାରଣ୍ଡାରେ ଚାଲିଗଲା ଶିଶୁର ଜୀବନ, ବାଇକରେ ବୁହାହେଲା ଶବ

ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। କରୋନା କଟକଣା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଇଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଜଣେ ୭ବର୍ଷ ଶିଶୁର ଚିକିିତ୍ସା ହେବା ପୂର୍ବରୁ ମୃତ୍ୟୁ ହୋଇଯାଇଛି। ଆମ୍ବୁଲାନ୍ସ ନମିଳିବାରୁ ଶିଶୁର ମୃତ୍ୟୁପରେ ପରେ ପରିବାରଲୋକେ ବାଇକରେ ଶବକୁ ଘରକୁ ନେଇଥିଲେ। ମୃତ ଶିଶୁ ଜଣକ ହେଲେ ରାଇକିଆ ବ୍ଲକ ସୁଗଡ଼ବାଡ଼ି ଗ୍ରାମର ମୁନା ନାୟକଙ୍କ ୭ବର୍ଷର ପୁଅ ବାଲୁଙ୍କେଶ୍ୱର ନାୟକ।ସୂଚନା ଅନୁସାରେ, ସୁଗଡ଼ବାଡ଼ି ଗ୍ରାମର ମୁନା ନାୟକଙ୍କ ପୁଅ ବାଲୁଙ୍କେଶ୍ୱର ସିକଲିନ ରୋଗରେ ପୀଡ଼ିତ ଥିବାବେଳେ ଆଜି ହଠାତ ଅସୁସ୍ଥ ହେବାରୁ ପରିବାରଲୋକ ସକାଳୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ରାଇକିଆର ୧୩ ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବାରୁ ବିିଭିନ୍ନ ଅଞ୍ଚଳରେ ବାଉଁଶ ବାଡ଼ ପଡିଛି। ଫଳରେ ଆମ୍ବୁଲାନ୍ସଟି ଗ୍ରାମ ପର୍ଯ୍ୟନ୍ତ ଯାଇ ପାରିନଥିଲା। ପରିବାର ଲୋକେ ଏକ ଅଟୋରେ ଗ୍ରାମରୁ ପ୍ରାୟ ୪ କିଲୋମିଟର ଦୂର ପାଡାନସୁଗା ପର୍ଯ୍ୟନ୍ତ ଆସିଥିଲେ। ଏହାପରେ ଆମ୍ବୁଲାନ୍ସରେ ଶିଶୁକୁ ଗୁରୁତର ଅବସ୍ଥାରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଶିଶୁଟିର ଶରୀରରେ ରକ୍ତର ଅଭାବ ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ଆମ୍ବୁଲାନ୍ସ ପାଇଁ ଏକଘଣ୍ଟା ଅପେକ୍ଷା କରିବାପରେ ଶିଶୁର ମୃତ୍ୟୁ ହୋଇଯାଇଥିଲା। ଏହାପରେ ମୃତ ଶିଶୁଟିର ଶବକୁ ଘରକୁ ନେବାପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସମ୍ପର୍କୀୟଙ୍କ ବାଇକରେ ଘରକୁ ଆଣିଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ