ମେଡିକାଲ ସ୍ଥାନାନ୍ତରକୁ ବିରୋଧ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତରେ ଏକ ମେଡିକାଲ ନିର୍ମାଣ ସ୍ଥାନ ନିରୂପଣକୁ ନେଇ ବିବାଦ ଦେଖାଦେଇଛି। ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପାଟୁଳି ନାଁରେ ରହିଥିବା ବେଳେ ପ୍ରସ୍ତାବିତ ମେଡିକାଲ ଗୃହ ଏବେ ମୋବାରକପୁର ଠାରେ ନିର୍ମାଣ ହେବ ବୋଲି ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଏହାକୁ ପାଟୁଳି ଗ୍ରାମର ସଚେତନ ନାଗରିକ ମାନେ ଘୋର ବିରୋଧ କରିବା ସହ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରତିବାଦ ଜଣାଇଛନ୍ତି। ମଧୁସୂଦନ ଦତ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରାକ୍ତନ ସରପଞ୍ଚ ସୁବାଷ କାଣ୍ଡି, ମୋହନ ଦତ୍ତ, ବୃନ୍ଦାବନ ପଣ୍ଡା, ମହେଶ୍ୱର ଦାସ, ଲକ୍ଷ୍ମୀଧର ଗାହାଣ, ହୃଦାନନ୍ଦ ସାହୁ, ଗଜେନ୍ଦ୍ର ପଣ୍ଡା, ରମାକାନ୍ତ ବେହେରା, ଲକ୍ଷ୍ମୀଧର ମହାପାତ୍ର, ରାଜକିଶୋର ଦତ୍ତ, ପର୍ଶୁରାମ ପରିଡା, ବଟକୃଷ୍ଣ ଦାସ ପ୍ରମୁଖ ଯୋଗଦେଇ ମୋବାରକପୁର ଠାରେ ପ୍ରସ୍ତାବିତ ମେଡିକାଲ ନିର୍ମାଣଙ୍କୁ ଘୋର ବିରୋଧ କରିବା ସହିତ ଏହାକୁ ପାଟୁଳି ଠାରେ ନିର୍ମାଣ କରିବାକୁ ଦାବି କରିଥିଲେ। ଆଗାମୀ ଦିନରେ ପ୍ରଶାସନ ଉକ୍ତ ଦାବିକୁ ଗ୍ରହଣ ନକଲେ ପାଟୁଳି ଗ୍ରାମବାସୀ ପଞ୍ଚାୟତ ଆଗରେ ଧାରଣା ଦେବେ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସଚେତନ ନାଗରିକ ମାନେ ଚେତାବନୀ ଦେଇଛନ୍ତି।


