ମେଢ଼ ବିସର୍ଜନ ପରେ ଧନେଇ ନଦୀ ସଫାକଲା ପ୍ରଶାସନ

ପୋଲସରା, (ଅନିଲ କୁମାର ମହାରଣା):ଗତ ଗୌରୀଆମ୍ମା ଯାତ୍ରାରେ ବିଭିନ୍ନ ସାହିର ମେଢ଼ ବିସର୍ଜନ ପରେ ଧନେଇ ନଦୀର ପାଣିକୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ସଫେଇ କରାଯାଇଛି। ପୂର୍ବ ଯାତ୍ରା ମାନଙ୍କରେ ସାହିର ପୂଜା କମିଟି ପକ୍ଷରୁ ମେଢ଼ ଗୁଡ଼ିକ ନିଜ ମନ ମୁତାବକ ଭସାଣି କରୁଥିଲେ । କିନ୍ତୁ ଚଳିତ ବର୍ଷ ଗୌରୀଆମ୍ମା ଯାତ୍ରା ପରିଚାଳନା କମିଟି ଓ ଜନ ପ୍ରତିନିଧିମାନଙ୍କ ସହ ଆଲୋଚନା ହୋଇ ସମସ୍ତ ମେଢ଼ ଗୁଡ଼ିକ ଶୃଙ୍ଖଳିତ ଭାବେ ଗୋଟିଏ ସ୍ଥାନରେ ମିଳିତ ବିସର୍ଜନ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ସଫଳ ହୋଇଥିଲେ। ଗୌରୀଆମ୍ମାଙ୍କ ଯାତ୍ରା ପରେ ପୋଲସରା ଲେମ୍ବୁଘାଇ ସ୍ଥିତ ଧନେଇ ନଦୀ ତଟରେ ବିଭିନ୍ନ ସାହିର ୩୦ଟି ମେଢ଼କୁ ବହୁ ବିସର୍ଜନ କରାଯାଇଥିଲା । ଧନେଇ ନଦୀରେ ମେଢ଼ ବିସର୍ଜନ ପରେ ସ୍ଥାନୀୟ ପ୍ରଶାସନ ଲୋକଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦେଇ ସଫେଇ କାର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରିଥିଲା । ଧନେଇ ନଦୀରେ ପଡ଼ି ରହି ଥିବା ସମସ୍ତ ମେଢ଼ର ଆବର୍ଜନା ଗୁଡିକୁ ନଦୀ ଭିତରୁ ବାହାରକରି ପରିଷ୍କାର କରାଯାଇଥିଲା। ଦୂଷିତ ଜଳକୁ ସଂପୂର୍ଣ୍ଣ ଭାବେ ନିଷ୍କାସନ କରି ଲୋକଙ୍କ ବ୍ୟବହାର ନିମନ୍ତେ ନୂତନ ଭାବେ ଜଳ ସଂରକ୍ଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ