ମେଦନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ  

ନବରଙ୍ଗପୁର, (ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନ ମେଦନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସବିତା କଲାର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ, ମେଦନା ସରପଞ୍ଚ ସୁମିତ୍ରା ମାଝୀ,ପୂର୍ବତନ ମେଦନା ସରପଞ୍ଚ ହିରଣ୍ୟ ମାଝୀ, ସମାଜ ସେବୀ ଶିବ ପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ମେଦନା ସିଆରସିସି ହେମେନ୍ଦ୍ର ନାଥ ବେହେରା ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ବାର୍ଷିକ ଉତ୍ସବ ର ଆନୁଷ୍ଠାନିକ ଉଦଘାଟନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଙ୍କୋଜ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତା ତଥା ବରିଷ୍ଠ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି ଶିକ୍ଷା ସହ ଶାରୀରିକ କ୍ରୀଡା ର ମହତ୍ତ୍ଵ ବିଷୟରେ ଛାତ୍ରଛାତ୍ରୀଙ୍କୁ କହିଥିଲେ।ଛାତ୍ରଛାତ୍ରୀଙ୍କ ସୈଖିକ,ବୌଦ୍ଧିକ ଓ ମାନସିକ ବିକାଶ ହୋଇ ପାରିଲେ ସେମାନେ ବାପା ଓ ମା ଙ୍କ ସ୍ବପ୍ନ ପୂରଣ ହୋଇପାରିବ ବୋଲି କହିଥିଲେ। ଅନ୍ୟ ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ପୂର୍ବରୁ ବାର୍ଷିକ କ୍ରୀଡା ରେ ପ୍ରଥା ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଅପରାହ୍ନ ରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ଶିକ୍ଷକ ଦେବେନ୍ଦ୍ର ପରିଡା ,ରବି ପ୍ରଧାନ, ନେହେରୁ ବେହେରା,ଅଶାନ୍ତି ସ୍ୱାଇଁ,ଦୀପକ ଉପାଧ୍ୟାୟ,ସୁନିଲ ସାହୁ,ଶିକ୍ଷୟତ୍ରୀ ବନ୍ଦନା ବିଶ୍ବାଳ ଓ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ