ମେଧାବୀ ଛାତ୍ରୀଙ୍କୁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚଳିତବର୍ଷ +୨କଳା ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ରୂପସ୍ମିତା ରାଉତ ସେହି କଲେଜରେ ସର୍ବୋଚ୍ଚ ୫୩୬ନମ୍ବର ରଖି ପ୍ରଥମ ସ୍ଥାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣର୍ ହୋଇଛନ୍ତି । କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୧୨ନମ୍ବର ୱାର୍ଡର ହଜାରି ବଗିଚା ନିବାସୀ ଦୟାନିଧି ରାଉତଙ୍କ କନ୍ୟା ରୂପସ୍ମିତାଙ୍କ ଏହି ସଫଳତା ପାଇଁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ଲିଃ ପକ୍ଷରୁ ଶୁକ୍ରବାର ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମିତିର ସଭାପତି ପ୍ରମୋଦ ସାହୁ ତାଙ୍କୁ ନଗଦ ୫ହଜାର ଟଙ୍କା, ମାନପତ୍ର, ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ସମିତିର ସମ୍ପାଦକ ପ୍ରହ୍ଲାଦ ସାହୁ, ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ, ଜେନେରାଲ ମ୍ୟାନେଜର ମନୋଜ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ରୂପସ୍ମିତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ସମିତିର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ