ମେଧାବୀ ବିଦ୍ୟାର୍ଥୀଙ୍କୁ ” ବିଦ୍ୟା ଜ୍ୟୋତି ସମ୍ମାନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ” ବିଦ୍ୟା ଜ୍ୟୋତି ସମ୍ମାନ”୨୦୨୩ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ” ଭରସା” ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦଘାଟକ୍ କରିଥିଲେ ପୁର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷିକୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା । ଭରସା ର ସଭାପତି ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପର୍ଯ୍ୟଟନ ଅଧିକାରୀ ତଥା ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ବିନୋଦ କୁମାର ବେହେରା ,ମୁଖ୍ୟବକ୍ତା ରୂପେ ଚଳିତବର୍ଷ ବର୍ଷ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିବା ଅନୀଲ କୁମାର ବିଶୋଇ,ସମ୍ମାନିତ ଅତିଥି ରୂପେ ରାଜ୍ୟ ଗ୍ରୀଡ଼କୋ ସିଏସଆର ମୁଖ୍ୟ ବିପିନ କୁମାର ମହାପାତ୍ର , ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟାପକ ଗିରିଷକୁମାର ଆଚାର୍ଯ୍ୟ, ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ର, ଶିକ୍ଷାବିତ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ଗ୍ରାସାମୀ ଇଣ୍ଡୋଷ୍ଟିଜର ଶ୍ରମିକ ସଂଘ ସମ୍ପାଦକ ସନ୍ତୋଷ ରେଡ୍ଡୀ ଯୋଗଦେଇଥିଲେ। ସ୍ୱାଗତଭାଷଣ ଭରସାର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ପ୍ରଦାନ କରିଥିବା ବେଳେ, ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ବିଦ୍ୟୁତଲତା ମିଶ୍ର। ଵିନୋଦ ପଲେଇ ଓ ଉମାଶାଙ୍କର ଦାସଙ୍କ ତତ୍ତ୍ୱାବଧାନରେ ଚଳିତବର୍ଷ ମେଟ୍ରିକପରୀକ୍ଷାରେ ବ୍ଲକ ଟପ୍ପର ହୋଇଥିବା ଗାୟତ୍ରୀ ମହାପାତ୍ର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକ ବିଭାଗରେ ସ୍ଵର୍ଣପଦକ ପାଇଥିବା ଅଖିଳ ତରେଇଙ୍କ ସମେତ,ଗଞ୍ଜାମ ବ୍ଲକ, ଗଞ୍ଜାମ ଏନଏସି ଓ ରମ୍ଭା ଏନଏସି ଅନ୍ତର୍ଗତ ୨୪ଟି ଉଚ୍ଚ ବିଦ୍ୟାଳୟର ମ୍ୟାଟ୍ରିକ ପରୀକ୍ଷାରେ ପ୍ରଥମ ଟପ୍ପର ହୋଇଥିବା ବିଦ୍ୟାର୍ଥୀ , ସାତଟି ମହାବିଦ୍ୟାଳୟର ଯୁକ୍ତ ଦୁଇ ଟପ୍ପର , ଯୁକ୍ତ ତିନି ଟପ୍ପର ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଟପ୍ପର , ଦୁଇଟି ଆଇ.ଟି.ଆଇ ଟପ୍ପର ବିଦ୍ୟାର୍ଥଙ୍କ ସମେତ ଗଞ୍ଜାମ ବ୍ଳକରେ ଓଏଏସ ପରୀକ୍ଷାରେ ରେ ଉତ୍ତୀର୍ଣ୍ଣ ହୋଉଥିବା ବିଦ୍ୟାର୍ଥୀଙ୍କୁ ବି ସମ୍ମାନିତ କରାଯାଇଥିଲା। ସେହିପରି ବ୍ଳକ ଲଗାତାର ଷଷ୍ଠ ଥରପାଇଁ ଟପ୍ପର ହୋଇଥିବା ସରସ୍ୱତୀ ଶିଶୁ ମନ୍ଦିରର ସ୍କୁଲର ପ୍ରଧାନଆଚାର୍ଯ୍ୟ ଆଦିତ୍ୟ ମହାପାତ୍ର ଙ୍କୁ ସମ୍ମାନିତ କରାଯିବା ସହ ସ୍କୁଲକୁ ରନିଙ୍ଗ ସିଲ ପ୍ରଦାନ କରାଯାଇଥିଲା। ସେହିପରି ,ପାଞ୍ଚଶହ ମାର୍କ ଆଣିଥିବା ଟପ୍ପର ଵିଦ୍ୟାର୍ଥୀଙ୍କ ବାରଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା। ଏହାକୁ ଉମାଶଙ୍କର ଦାସ, ଵିନୋଦ କୁମାର ପଲେଇ, ପ୍ରଭାତ ସାହୁ,ପ୍ରମୋଦ କୁମାର ପଣ୍ଡା, ଦାମୋଦର ପଣ୍ଡା ,ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ବିଦ୍ୟୁତଲତା ମିଶ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ