ମେନକା ପରିଡ଼ା ବିଜେପି କିନ୍ନର ମହାସଂଘର ସଭାନେତ୍ରୀ ଭାବେ ମନୋନୀତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଲ ଓଡ଼ିଶା କିନ୍ନର ଆସୋସିଏସନର ସାଧାରଣ ସମ୍ପାଦକ ତଥା ସମାଜସେବୀ ମେନକା ପରିଡ଼ାଙ୍କୁ ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି କିନ୍ନର ମହାସଂଘର ନୂତନ ସଭାନେତ୍ରୀ ଭାବେ ମନୋନୀତ କରାଯାଇଛି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ବୈଠକରେ ମେନକାଙ୍କୁ ବିଜେପି କିନ୍ନର ମହାସଂଘର ସଭାନେତ୍ରୀ ଭାବେ ଚୟନ କରିଥିଲେ । ସଭାନେତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ମେନକା ତୃଣମୂଳସ୍ତରରେ ଦଳକୁ ସୁଦୃଢ କରିବା ସହିତ ସମାଜର କିନ୍ନରମାନଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିବେ ଏବଂ ସ୍ୱାସ୍ଥ୍ୟ, ବାସଗୃହ, ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦେବେ ବୋଲି ମନେକା କହିଛନ୍ତି । ଏଥିସହିତ ସଭାନେତ୍ରୀ ଭାବେ ମନୋନୀତ ହେବା ପରେ ମନେକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆୟୁଷ୍ମାନ ଯୋଜନା, କେନ୍ଦ୍ରୀୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ ଦେବେ ବୋଲି ମେନକା କହିଛନ୍ତି । ମେନକାଙ୍କ ଏହି ସଫଳତା ପାଇଁ ଓଡ଼ିଶାର କିନ୍ନର ସମାଜ ତରଫରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ