ମେନେଜରଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସର ସର୍ଚ୍ଚ ଅପରେସନ
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : ବହୁ ଚର୍ଚ୍ଚିତ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଜେନେରାଲ ମେନେଜର ନାରାୟଣ ପ୍ରସାଦ ମେହେରଙ୍କ ଗଳିତ ଶବ ଉଦ୍ଧାର ଘଟଣାରେ ହତ୍ୟାକାରୀଙ୍କୁ ଧରିବା ଦାବିରେ ଗତକାଲି ଗ୍ରାମବାସୀ ମାନେ ଶବକୁ ଅଟକ ରଖିଥିଲେ । ଗୋଟିଏପଟେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ହସ୍ତକ୍ଷେପ ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବାବେଳେ, ଅନ୍ୟପଟେ ପୋଲିସ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି ତନାଘନା ଆରମ୍ଭ କରିଛି । ଅତିଶୀଘ୍ର ଘଟଣା ସତ୍ୟତା ପର୍ଦାଫାସ ହେବା ନେଇ ଏସ ପି ସୂଚନା ଦେଇଛନ୍ତି ।


