ମେଲାଣି ନେଲେ ଜଗଜ୍ଜନନୀ ଦଶଭୁଜା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରପାଳିକା ଅଧିନରେ ୩ଟି ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା । ଜଗଜ୍ଜନନୀଙ୍କୁ ବିସର୍ଜନ ପରେ ଆଜି ମେଲାଣି ଦିଆଯାଇଛି । ସ୍ଥାନୀୟ ପୌରାଂଚଳ ବଇଁଚବଣିଆ, ଲକ୍ଷ୍ମୀ ବଜାର ଓ ରେଗିଡ଼ି ସାହି ସ୍ଥିତ ବିଦ୍ୟୁତ ବିଭାଗ ଦୁର୍ଗା ମଣ୍ଡପ ଠାରେ ସପ୍ତମୀ ତିଥି ଠାରୁ ପୂଜା ପାଉଥିବା ଜଗଜ୍ଜନନୀ ଦଶଭୁଜା ମା’ ଦୁର୍ଗାଙ୍କୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଅସ୍ଥାୟୀ ବସଷ୍ଟାଣ୍ଡ ପରିସରରେ ଏକତ୍ରିତ କରାଯାଇଥିଲା । ମା’ଙ୍କୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଶେଭାଯାତ୍ରାରେ ନିଆଯାଇ ଘୋଡ଼ାହାଡ଼ ନଦୀରେ ବୀସର୍ଜିତ କରାଯାଇଛି । ଅସ୍ଥାୟୀ ବସଷ୍ଟାଣ୍ଡ ଠାରୁ ଘୋଡ଼ାହାଡ଼ ନଦୀ ପର୍ଯ୍ୟନ୍ତ ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ସହରର ଜନସାଧାରଣ ଉପସ୍ଥିତ ରହି ମେଲାଣି ଉତ୍ସବ ଦର୍ଶନ କରିଥିଲେ ।ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ବହୁ ପୋଲିସ ଅଧିକାରୀଙ୍କ ସମେତ ୧ ପ୍ଳାଟୁନ ପୋଲିସ ଫୋର୍ସ ମୃତୟନ ଥିଲେ । ପୂଜା କମିଟିର କର୍ମକର୍ତାଙ୍କ ସମେତ ସ୍ୱେଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ