ମେଲାନିଆଙ୍କ ହୃଦୟକୁ ଛୁଇଁଗଲା ‘ହାପ୍ପିନେସ୍ କ୍ଲାସ’
ଓ୍ବାଶିଂଟନ: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଦିଲ୍ଲୀରେ କଟାଇଥିବା କିଛି ସମୟର ଅନୁଭୂତିକୁ ମନେପକାଇଛନ୍ତି। ଆମେରିକା ଫେରିବା ପରେ ସେ ତାଙ୍କ ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରେ ସର୍ବୋଦୟ ସ୍କୁଲରେ ଯୋଗଦେଇଥିବା ହାପ୍ପିନେସ୍ କ୍ଲାସର ଅନୂଭୂତି ଶେୟାର କରିଛନ୍ତି। ଉକ୍ତ ସ୍କୁଲରେ ତାଙ୍କୁ ଯେଉଁଭଳି ଭାବରେ ତିଳକ ଲଗାଯାଇ ଆଳତି କରି ସ୍ବାଗତ କରାଯାଇଥିଲା, ସେଥିପାଇଁ ସେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଫେବ୍ରୁୟାରୀ ୨୪-୨୫ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ତାଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନରଙ୍କ ସହ ମିଶି ଭାରତ ଗସ୍ତ କରିଥିଲେ। ସେହି ସମୟରେ ମେଲାନିଆ ସର୍ବୋଦୟ ସ୍କୁଲର ହାପିନେସ୍ କ୍ଲାସରେ ଯୋଗଦେଇଥିଲେ।


