ମେଲା ପଡିଛି ଆମ ଗାଁ ଆମ ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ପରମାନନ୍ଦପୁର ଗ୍ରାମବାସୀ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ମେଲା ପଡିଛି ଆମ ଗାଁ ଆମ ବିକାଶ ।କାହିଁ କେତେବର୍ଷ ପାରେ ସରକାରୀ ଯୋଜନାରେ ଘରଟିଏ ହୋଇଥିଲା ଯେ ତାହା ମେଲା ପଡିଛି । ବିକାଶ କଣ ଜାଣି ନାହାନ୍ତି ଗାଁ ଲୋକେ । ବିଜୁ ଜନତାଦଳ ସରକାର ଦୀର୍ଘ ବର୍ଷ ଶାସନ କାଳରେ ରହି ଗାଁ ମାନଙ୍କର ବିକାଶ ପାଇଁ ଯୋଜନା ପରେ ଯୋଜନା ମାନ କରିଚାଲିଥିଲେବି ତାହା କେବଳ କାଗଜ କଲମରେ ସିମିତ ହୋଇ ରହିଯାଇଛି । ଏପରି ଏକ ଗାଁ ହେଉଛି ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ପରମାନନ୍ଦପୁର । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୪କିଲୋମିଟର ଦୁରତାରେ ଅଛି ପରମାନନ୍ଦପୁର ଗାଁ । ଗାଁରେ ବାସ କରନ୍ତି ୩୦ରୁ ଉର୍ଦ୍ଧ ପରିବାର । ଗାଁ ସମସ୍ତେ ଗରିବ ଖଟିଖିଆ ଶ୍ରେଣୀର । ସ୍ୱାଧୀନତାର ୭୨ବର୍ଷ ପରେବି ଗାଁକୁ ନାହିଁ ସବୁଦିନିଆ ରାସ୍ତା । ବର୍ଷା ହେଲେ କାମ ସରିଲା । ନାଁ କେହି ଗାଁରୁ ବାହାରକୁ ବାହାରି ପାରିବେ ନାଁ ଗାଁ ଭିତରକୁ ଯାଇଥିବା ଲୋକ ଫେରି ପାରିବ । ଏପରି ପରିସ୍ଥିତିରେ ଗାଁ ଲେକେ ଦିନ କାଟୁଛନ୍ତି । ଗାଁ ଠାରୁ ଦେଢ଼ କିଲୋମିଟର ଦୁର ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତାକୁ ସଂଯୋଗ କରୁଥିବା ଗାଁ ରାସ୍ତାଟି ନିର୍ମାଣ କରାଯାଉ ନଥିବାରୁ କାଦୁଅରେ ପରିପୁର୍ଣ୍ଣ ହୋଇଯାଉଛି ରାସ୍ତାଟି । ଏହି ରାସ୍ତାଟି କୁଜି ନେତାଙ୍କ ନେଉଟିଆ କିଆରୀ । ଦୁଇତିନି ବର୍ଷରେ ଥରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମୋରମ ପକାଯାଇ କାର୍ଯ୍ୟ କରାଯାଉଥିଲେବି ତାହା ଦିନ କେଇଟା ଭିତରେ ପୁର୍ବାବସ୍ଥାକୁ ଫେରି ଆସୁଛି । ରାସ୍ତା ନଥିବାରୁ ଗାଁ ଲୋକେ ନାନା ସମସ୍ୟା ଭୋଗ କରୁଥିବାବେଳେ ବନ୍ଧୁବାନ୍ଧବ ଲୋକମାନେ ମଧ୍ୟ ଏହି ଗାଁକୁ ଆସିବାକୁ ନାରାଜ । ଗାଁର ଅପର ପାଶ୍ୱର୍ରେ ଆଉ ଏକ ରାସ୍ତା ଧାନଘର ପଟକୁ ଯିବାକୁ ଥିଲେବି ତାହା ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡିରହିଛି । କାଦୁଅରେ ପରିପୁର୍ଣ୍ଣ ସାରା ରାସ୍ତା । ସେହିପରି ଗାଁରେ ୨୦ରୁ ଉର୍ଦ୍ଧ ଛୋଟଛୋଟ ଶିଶୁ ଥିଲେବି ଅଙ୍ଗନବାଡି ନଥିବାରୁ ସେମାନେ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଯାହାର ଲୋକ ଅଛନ୍ତି ସେମାନେ ଦୁଇକିଲୋମିଟିର ଦୁର ଭୁତପଦା ଅଙ୍ଗନବାଡିକୁ ଯାଉଛନ୍ତି । ସେହିପରି ଗାଁରେ ସ୍କୁଲ ମଧ୍ୟ ନାହିଁ ଯଦଦ୍ୱାରାକି ପ୍ରଥମ ଶ୍ରେଣୀର କୁନି କୁନି ପିଲାମାନେ ଦୁଇ଼କିଲୋମିଟର ଦୁର ଭୁତପଦା ସ୍କୁଲକୁ ଯାଇ ଶିକ୍ଷାଲାଭ କରୁଛନ୍ତି । ଅନେକ ଛୁଆବି ସ୍କୁଲ ନଯାଇ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଗାଁରେ ଲୋକମାନେ ଉଚ୍ଚ ଶିକ୍ଷିତ ହୋଇ ନଥିବାରୁ ଗାଁରେ ସ୍ୱଚ୍ଛ ଭରତ ଯୋଜନାରେ ଠିକାସଂସ୍ଥା ପକ୍ଷରୁ କରାଯାଇଥିବା ପାଇଖାନା ନିର୍ମାଣ ଅତି ନିମ୍ନମାନର ହୋଇଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇ ନପାରି ଭାଙ୍ଗି ପଡିଲାଣି । ଏବେ ଗାଁ ଲୋକମାନେ ରାସ୍ତା କଡକୁ ଶୌଚ ପାଇଁ ଯାଉଛନ୍ତି । ସେହିପରି ବର୍ଷାଦିନେ ଗାଁଟି ଜଳବନ୍ଦୀ ହୋଇଯାଉଥିବାରୁ ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି । ସେହିପରି ଗତବର୍ଷ ଆମ ଗାଁ ଆମ ବିକାଶ ଯୋଜନାରେ ଘରଟିଏ ନିର୍ମାଣ କରାଯାଇଥିବାବେଳେ ତାହା ଅଧାପନ୍ତିତଆ ଭାବେ ପଡି ରହିଛି । କିନ୍ତୁ କାମ କରୁଥିବା ଲୋକମାନେ ସମ୍ପୁର୍ଣ୍ଣ ବିଲ ନେଇଯିବାରୁ ଘରଟିକୁ ପୁର୍ଣ୍ଣାଙ୍ଗ କରାଯାଇ ପାରିଲାନାହିଁ । ଯାହାକୁ ନେଇ ଗ୍ରାମର ମହିଳା ମାନେ କ୍ଷୁବ୍ଧ ହୋଇ ପଡିଛନ୍ତି । କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାର ସବୁଗାଁ ଲୋକଙ୍କ ପାଇଁ ଯୋଜନା ଗୁଡିକ କରୁଥିବାବେଳେ ସ୍ଥାନୀୟ କୁଜି ନେତାମାନେ କାହିଁକି ତାଙ୍କ ଗାଁର ବିକାଶକୁ ଅଟକାଉଛନ୍ତି ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ଗ୍ରାମର ନରହରି ଯେନା, କୁନି ଯେନା, ଖଗେଶ୍ୱର ଯେନା, ରଘୁନାଥ ଯେନା, ସଦାଶିବ ଯେନା, ମେନକା ଯେନା, ଲକ୍ଷ୍ମୀପ୍ରୀୟା ଯେନା, ଜଗନ୍ନାଥ ଯେନା, କଳ୍ପନା ଯେନା, ଯଶୋଦା ଯେନା, ଗୀତାରାଣୀ ଯେନା, ପ୍ରତୀମା ଯେନା, ମୁନି ଯେନା, ସୁଶିଳା ଯେନା, ମିନି ଯେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଗାଁଟି ପ୍ରତି ଶୁଭଦୃଷ୍ଟି ପକାଇ ଗାଁର ରାସ୍ତା, ଅଙ୍ଗନବାଡି ଓ ବିଦ୍ୟାଳୟ ସ୍ଥାପନ ସହିତ ଆମ ଗାଁ ଆମବିକାଶ ଯୋଜନାରେ ନିର୍ମିତ କମୁନିଟି ସେଣ୍ଟରର କାର୍ଯ୍ୟ ସମାପ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ