ମେଳାପି ନାପିତଙ୍କ ପରଲୋକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଗ୍ରାମର ମେଳାପି ନାପିତ ଘନଶ୍ୟାମ ବାରିକଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ଵର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ମଗଂଳଵାର ରାତି ପ୍ରାୟ ୯.୩୦ମିନିଟ ସମୟରେ ନିଜ ଵାସଭବନରେ ତାଙ୍କର ପରଲୋକ ଘଟିଥିଲା। ସ୍ବର୍ଗତ ବାରିକ ମାଳଦା ବଜାର ଠାରେ ଏକ ସେଲୁନ ଦୋକାନ କରିଥିଲେ। ତାଙ୍କର ମେଳାପି ଓ ପରୋପକାର ସ୍ବଭାବ ଯୋଗୁଁ ସେ ସମସ୍ତଙ୍କ ଆପଣାର ହୋଇପାରିଥିଲେ। ଏହାଛଡା ମାଳଦା ବଜାର ଠାରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀ ପୂଜାରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବାବେଳେ ଵିଭିନ୍ନ ଦାଇତ୍ଵ ତୁଲାଉଥିଲେ। ଘନଶ୍ୟାମଙ୍କ ମୃତ୍ୟୁରେ ଆଜି ମାଳଦା ବଜାର ଗୋଟିଏ ଦିନ ବନ୍ଦ ରହିଥିବାବେଳେ ବଜାର କମିଟି ସଭାପତି କମାଳାକାନ୍ତ ସାମଲ, ସଂପାଦକ ଚନ୍ଦ୍ରଶେଖର ଦତ, ଅନିଲ ଶତପଥୀ, ଅଦୈତ ପରିଡା, ଦେବାଶିଷ ପଣ୍ଡା, ସାମ୍ବାଦିକ ରାଜେନ୍ଦ୍ର ଶତପଥି,ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।