ମେହୁଲ୍ ଚୋକ୍ସି ଅପରାଧୀ, ଅବାଧରେ ଭାରତୀୟ ଅଧିକାରୀମାନେ ତାଙ୍କର ତଦନ୍ତ କରି ପାରିବେ: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନ୍ୟୁୟର୍କ: ବୁଧବାର ଦିନ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟାନ୍ ବ୍ରାଉନି କହିଛନ୍ତି ଯେ ପଳାତକ ହୀରା ବେପାରୀ ମେହୁଲ୍ ଚୋକ୍ସି ଜଣେ ଅପରାଧୀ । ଭାରତୀୟ ଅଧିକାରୀମାନେ ଅବାଧରେ ତାଙ୍କୁ ପଚରାଉଚୁରା କରି ପାରିବେ ।
ଗଣମାଧ୍ୟମକୁ ବ୍ରାଉନି କହିଛନ୍ତି: ପରବର୍ତ୍ତୀ ସମୟରେ ସୂଚନା ପାଇଲି ଯେ ମେହୁଲ୍ ଚୋକ୍ସି ଜଣେ ଅପରାଧୀ, ସେ ଆମ ଦେଶର ମାନ ବଢ଼ାଉ ନାହାନ୍ତି । ଆବେଦନ ସମୟ ଶେଷ ହେବା ପରେ ତାଙ୍କୁ ପ୍ରତ୍ୟର୍ପଣ କରାଯିବ । ସେ ଯଦି ରାଜି ହୁଅନ୍ତି ତେବେ ଭାରତୀୟ ଅଧିକାରୀମାନେ ତାଙ୍କର ତଦନ୍ତ କରିପାରିବେ । ଚୋକ୍ସି ହେଉଛନ୍ତି ନିରବ ମୋଦୀଙ୍କର ଭଣଜା । ୨ ବିଲିୟନ୍ ଡଲାର୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଜାଲିଆତିରେ ଦୁହେଁ ଅଭିଯୁକ୍ତ ହୋଇ ବର୍ଷେ ତଳୁ ଦେଶ ଛାଡ଼ି ଚାଲିଯାଇଛନ୍ତି । ଜାନୁଆରି ୧୪, ୨୦୧୮ରେ ଚୋକ୍ସିଙ୍କୁ ଆଣ୍ଟିଗୁଆ ଏବଂ ବରବୁଡ଼ାର ନାଗରିକତ୍ୱ ମିଳିଥିଲା । ଜୁନ୍ ୧୭ ତାରିଖରେ ଜନ୍ମିତ ଚୋକ୍ସି ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପତ୍ରରେ ଦର୍ଶାଇଛନ୍ତି ଯେ ସେ ଆଣ୍ଟିଗୁଆରେ ବସବାସ କରୁଛନ୍ତି ଏବଂ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଦୁର୍ନୀତି ସଂକ୍ରାନ୍ତ ତଦନ୍ତରେ ସହାୟତା କରିବାକୁ ରାଜି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ