ମେହେଗାନି ବୃକ୍ଷର ଚାରା ପ୍ରସ୍ତୁତି ଓ ବୃକ୍ଷରୋପଣ ସଂପର୍କୀତ କର୍ମଶାଳା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ଠାରେ ମେହେଗାଦି ବୃକ୍ଷର ଚାରା ପ୍ରସ୍ତୁତି ଓ ବୃକ୍ଷରୋପଣ ସଂପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ.ଗୟାଧର ଶିଅଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ପୁରୁଷ ଚାଷୀ ମାନଙ୍କୁ କିପରି ମେହେଗାନି ବୃକ୍ଷର ଚାରା ପ୍ରସ୍ତୁତି କରାଯିବା ସହ ବୃକ୍ଷରୋପଣ କରି ସେଥିରୁ ଅଧିକ ଲାଭବାନ ହୋଇ ସ୍ୱାବଲମ୍ବୀ ହୋଇ ପାରିବେ ସେସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ମମତା ମିଶ୍ର, ଦୀପ୍ତିମୟୀ ପ୍ରଧାନ, ପୁଷ୍ପାରାଣୀ ପ୍ରଧାନ, ସଂପାଦିକା ଉର୍ମିଳା ଜେନା, ବାସନ୍ତୀ ସେଠୀ, ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ନେତୃତ୍ୱରେ ମହିଳା ଚାଷୀ ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବାବାଜି ଚରଣ ଜେନା କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ୨୫ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଚାଷୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ